ଟିଟିଲାଗଡ ବ୍ୟାଙ୍କ ଛକରେ ଅଟଳବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

csstore

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପବିତ୍ର ରଥଯାତ୍ରା ଅବସରରେ ଟିଟିଲାଗଡ଼ ବ୍ୟାଙ୍କ୍ ଛକଠାରେ ଭାରତରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ, ଯୁଗପୁରୁଷ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ନବନିର୍ମିତ ପ୍ରତିମୂର୍ତ୍ତିର ଶୁଭ ଉଦ୍‌ଘାଟନ କରିଛନ୍ତି ବିଧାୟକ ନବୀନ ଜୈନ । ତାଙ୍କ ସହ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ଟିଟିଲାଗଡ ଉପ ଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଉପସ୍ଥିତ ଥିଲେ । ବାଜପେୟୀ କେବଳ ଜଣେ ମହାନ ରାଜନେତା ନୁହେଁ, ସେ ଥିଲେ ଜଣେ ଦୂରଦର୍ଶୀ ରାଷ୍ଟ୍ରନାୟକ, ଅଦ୍ୱିତୀୟ ବକ୍ତା ଏବଂ କୋଟି କୋଟି ଭାରତବାସୀଙ୍କ ପ୍ରେରଣାର ଉତ୍ସ । ଏହି ଗରିମାମୟ କାର୍ଯ୍ୟକ୍ରମରେ ଓଡ଼ିଶା ପୂର୍ବ ସଂଗଠନ ମନ୍ତ୍ରୀ ଶ୍ରୀ ଶରତ କୁମାର ପ୍ରଧାନ, ବିଶ୍ୱ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମର ପ୍ରାନ୍ତ ସମ୍ପାଦକ ଯୋଗୀନ୍ଦ୍ର ଦାଶ ଏବଂ ବିଶ୍ୱହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମର ପ୍ରାନ୍ତ ସଂଗଠନ ମନ୍ତ୍ରୀ ସତ୍ୟ ନାରାୟଣ ଥନାପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବର୍ଗ, ସାମାଜିକ କର୍ମୀ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଗରିମାମୟ କରିଥିଲେ । ଏବେ ଏହି ଛକକୁ ଲୋକେ ବାଜପେୟୀ ଛକ ଭାବେ ଜାଣିବେ ।

Leave A Reply

Your email address will not be published.