p purohi

ମଣି ବରିହା ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦଯାପିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଖୁଜେନପାଲି ଖେଳ ପଡିଆ ଠାରେ ଜନ କଲ୍ୟାଣ ଯୁବକ ସଂଘ ପକ୍ଷରୁ ଚତୁର୍ଥ ମଣି ବରିହା ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ସବୁ ବର୍ଷ ଭଲି ଏ ବର୍ଷ ମଧ୍ୟ କୋଚ୍ ମଣି ବରିହାଙ୍କ ନାମରେ ଚତୁର୍ଥ ମଣି ବରିହା ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଖୁଜେନପାଲି ଖେଳ ପଡିଆ ଠାରେ ଜନ କଲ୍ୟାଣ ଯୁବକ ସଂଘ, କାଲସାଏ ପାଲି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ସେମିଫାଇନାଲ ପ୍ରଥମ ମ୍ୟାଚ୍‌ ଅମାମୁଣ୍ଡା ଓ କୁଶମେଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟାଏବ୍ରେକର ଜରିଆରେ ୪-୨ ଗୋଲରେ କୁଶମେଲ ଦଳ ବିଜୟୀ ହୋଇଥିଲେ । ସେମିଫାଇନାଲ ଦ୍ୱିତୀୟ ପର୍ଯ୍ୟାୟରେ ଏନ୍‌ଏସ୍‌ ସ୍ପୋର୍ଟିଂ ଓ କାଲସାଏପାଲି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଟ୍ରାଏବ୍ରେକର ଜରିଆରେ ୫-୩ ଗୋଲରେ କଲସାଏପାଲି ବିଜୟୀ ହୋଇଥିଲେ । ଫାଇନାଲ କାଲସାଏ ପାଲି ଓ କୁଶମେଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟ୍ରାଏବ୍ରେକର ଜରିଆରେ ୫-୩ ଗୋଲରେ କାଲସାଏପାଲି ଦଳ ବିଜୟୀ ହୋଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ସଂଗଠକ ବିନୋଦ କାଲସାଏ, ସମିତି ସଭ୍ୟା ଶ୍ରୀମତୀ ସୂର୍ଯ୍ୟକାନ୍ତି ସାହୁ, ସାମାଜିକ କର୍ମୀ ସତ୍ୟନାରାୟଣ ହୋତା, ପ୍ରଭାତ ବାରିକ, ଖଲିଲ ରହୁ ରେହେମାନ, ସଞ୍ଜୁ ଷାଣ୍ଡ ଉପସ୍ଥିତ ଥିଲେ । ଖେଳକୁ ପରିଚାଳନା କରୁଥିଲେ ବିକାଶ ସେଠି, ସଞ୍ଜିବ ସାହୁ, ସୁଶାନ୍ତ ବାଗ । ସହଯୋଗ କରିଥିଲେ ଦେବାଶିଷ କାଲସାଏ, ବୁନୁ ତାଣ୍ଡି, ଦୀପକ ବରିହା, ଚନ୍ଦ୍ର କାଲସାଏ, ଦଇତାରି କାଲସାଏ, ସୁଦାମ କାଲସାଏ, ଦାଶରଥି ବିଶି, ଧରଣୀ କାଲସାଏ, କୁନା କଲସାଏ, କୁନା ବକୁଳ, କାମଦେବ ଷାଣ୍ଡ, ମିଲୁ ବାଗ, ଅଜିତ ଷାଣ୍ଡ, ଗୋପିନାଥ କାଲସାଏ, ସପନ କାଲସାଏ, ଶ୍ରୀକର କାଲସାଏ, ଗୋପ କାଲସାଏ, ସୁଶାନ୍ତ କାଲସାଏ, ଦୈଲତ କୁଦେଇ ଓ ଗ୍ରାମବାସୀ ବୃନ୍ଦ ।

nrusinghnath
Leave A Reply

Your email address will not be published.