csstore

ମହାବିଦ୍ୟାଳୟର ୩୮ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଏଏମ ସିଏସ ମହାବିଦ୍ୟାଳୟର ୩୮ ତମ ବାର୍ଷିକ କ୍ରୀଡା ଉତ୍ସବ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଏସି ମୋର୍ଚ୍ଚାର ରାଜ୍ୟ ଉପ ସଭାପତି ରାମବିଶ ଦିଗାଲ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ତଥା ପ୍ରାକ୍ତନ ଛାତ୍ର ଜିତେନ୍ଦ୍ର ଡାକୁଆ ଯୋଦଦେଇଥିଲେ । ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଟିକାବାଲି ବ୍ଲକ ବିଡ଼ିଓ ବିଷ୍ଣୁ ଗୋବିନ୍ଦ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ବନମାଳୀ ବେହେରା, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ବିଷ୍ଣୁ ପ୍ରସାଦ ରଥ, ବିରୁପାକ୍ଷ ତ୍ରିପାଠୀ ଯୋଗଦେଇ କ୍ରୀଡା ଆମ ଜୀବନ ପାଇଁ କେତେ ଆବଶ୍ୟକ ବର୍ଣ୍ଣନା କରିଥିଲେ । କ୍ରୀଡା ସଂସଦର ଉପ ସଭାପତି ଅଧ୍ୟାପକ ନରେନ୍ଦ୍ର ଦିଗାଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ଅଧ୍ୟାପକ ଶଙ୍କର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ୪୨ଟି ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ଖେଳ ଶିକ୍ଷକ ଧ୍ୟାନଚାନ୍ଦ ନାୟକ ଖେଳ ପରିଚାଳନା କରିଥିବା ବେଳେ ବିଭିନ୍ନ ସ୍କୁଲରୁ ଆସିଥିବା ଖେଳ ଶିକ୍ଷକ ପଞ୍ଚାନନ ପାଣିଗ୍ରାହୀ, ମନୋଜ କୁମାର ଭୋଳ, ରେଣୁବାଳା ପ୍ରଧାନ, ବାଳକୃଷ୍ଣ ଦୋରା, ଶିବ ପାଣିଗ୍ରାହୀ, ସୁଶାନ୍ତ କୁମାର ଭୋଳ ଖେଳ ପରିଚାଳନା କରିଥିଲେ । ପାଞ୍ଚଜଣ ଛାତ୍ରଛାତ୍ରୀ ଚମ୍ପିଆନ ହୋଇଥିଲେ ସିନିଅରର ମଧୁସ୍ମିତା ନାୟକ, ସୌମ୍ୟା ସାଗରିକା ନାୟକ, ଚିତ୍ତରଞ୍ଜନ ପ୍ରଧାନ, ଜୁନିୟରର ବର୍ଷା ପ୍ରଧାନ, ଲଳିତ କହଁର, ଅଧ୍ୟାପକ ରତନ ଦିଗାଲ ସଂଚାଳନ କରିଥିବାବେଳେ ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.