pakka

ଇସ୍ପାତ ସହରରେ ୩ ଦିନିଆ ଆନ୍ତଃଓଡିଶା କ୍ୟାରମ ପ୍ରତିଯୋଗିତା ଉଦ୍‌ଯାପିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର- ୭ କମ୍ୟୁନିଟି ସେଣ୍ଟରଠାରେ ୩ଦିନ ଧରି ଚାଲିଥିବା କ୍ୟାରମ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ଉତ୍ସବରେ ରାଉରକେଲା ଇସ୍ପାତ କାରଖାନାର ସାମାଜିକ ସ୍ୱାସ୍ଥ୍ୟ ଓ ଲୋକ କଲ୍ୟାଣ ବିଭାଗର ମହାପ୍ରବନ୍ଧକ ବିଜୟ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଆମ ରାଜ୍ୟ ଯେପରି ଏହି ଖେଳରେ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିପାରିବ, ସେ ଦିଗରେ ପ୍ରଚେଷ୍ଟା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ୩ ଦିନିଆ ପ୍ରତିଯୋଗିତାରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ୬୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଶ୍ୱଜିତ ସାହୁ ଓ କମଳାକାନ୍ତ ବିଶ୍ୱାଳଙ୍କୁ ନଗଦ ୧୮ହଜାର ଟଙ୍କା, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସୁଦାମ ରାୟ ଓ ଶମ୍ଭୁଚରଣ ନାହାକଙ୍କୁ ୧୨ ହଜାର ଟଙ୍କା, ତୃତୀୟ ସ୍ଥାନ ଅଧିକାର କରିଥିବା ଶେଖ ସୟିଦ ଆଲାମ ଓ ରଫିକଙ୍କୁ ୬ହଜାର ଓ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଅନିଲ କୁମାର ନାୟକ ଓ ରୋହିତ କୁମାର କଲେତଙ୍କୁ ନଗଦ ୩ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଏଭଳି ଆନ୍ତଃରାଜ୍ୟ କ୍ରୀଡା ପ୍ରତିଯୋଗିତା ଆୟୋଜନ କରିବାରେ ରାଉରକେଲା ଇସ୍ପାତ କାରଖାନା ଏକ ପ୍ରମୁଖ ଭୂମିକା ନିର୍ବାହ କରି ଆସୁଅଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡିଶା ହକି ଦଳର ପ୍ରଶିକ୍ଷକ କାହ୍ନୁ ଚରଣ ଚୌଧୁରୀ ଓ ଏଲଆଇସିର ପ୍ରଶାସନିକ ଅଧିକାରୀ ସନ୍ତୋଷ ଶତପଥୀ ଯୋଗ ଦେଇଥିଲେ । କମ୍ୟୁନିଟି ସେଣ୍ଟରର ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର ଓ ସଂପାଦକ ସମୀର କୁମାର ଦାସ, ସମୀର ସେନାପତି, ଉପେନ୍ଦ୍ର ମହାରଣା, କମଳ ସେଠୀ, ବିଷ୍ଣୁ ପରିଡା, କଳାକାର ନାୟକ, କୁନା ବୋଇତି, ବାବୁଲ ନାୟକ, ସନାତନ ନନ୍ଦ, ରବି ଭଞ୍ଜ ଓ କୃଷ୍ଣଚନ୍ଦ୍ର ଗୌଡ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

jay balangir
Leave A Reply

Your email address will not be published.

three × three =

error: Content is protected !!