csstore

ଗଞ୍ଜାମ ସହରରେ ଦୁଇ ଦିନିଆ ଆଡୁ-ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଗୋପୀନାଥ ବଜାର ଟିମ ବିଜୟୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଦୁଇଦିନିଆ ଆଡୁ-ଟୁର୍ଣ୍ଣାମେଣ୍ଟ ବୁଧବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଗୋପୀନାଥ ବଜାର ଏବଂ ପଣ୍ଡା ସାହି ଏବଂ ଚୌଧୁରୀ ସାହି ମିଳିତ ଟିମ୍ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଦିବା ୧୦ଟା ବେଳେ ରିଫେରୀ ଜଗନ୍ନାଥ ଆଚାର୍ଯ୍ୟ ଅନୁଷ୍ଠାନିକ ଭାବେ ଖେଳ ଆରମ୍ଭ କରିଥିଲେ । ମଧ୍ୟାହ୍ନ ଗୋଟାଏ ବେଳେ ଏହି ଖେଳ ସମାପ୍ତ ହୋଇଥିଲା । ଗୋପୀନାଥ ବଜାର ଟିମ୍ ବିଜୟୀ ହୋଇଥିଲେ । ଅନ୍ୟ ଟିମ୍ ରନର ହୋଇଥିଲେ । ବିଜେତା ଏବଂ ରନର ଟିମଙ୍କୁ ଆସନ୍ତା ଜାନୁୟାରୀ ୨୦୨୬ ରେ ଆୟୋଜିତ ଅନୁଷ୍ଠାନର ବାର୍ଷିକ ଉତ୍ସବ ସମାରୋହରେ କୃତ୍ତି ପ୍ରତିଯୋଗୀ ଦଳଙ୍କୁ ପୁରସ୍କୃତ କରାଯିବ ବୋଲି ଆନୁଷ୍ଠାନିକ ଭାବେ କୁହାଯାଇଛି । ସୂଚନା ଯୋଗ୍ୟ ଯେ ଗତ ୪ ତାରିଖ ଦିନ ଶୁଭାରମ୍ଭ ହୋଇଥିବା ଏହି ଆଡୁ-ଟୁର୍ଣ୍ଣାମେଣ୍ଟକୁ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦର ବରିଷ୍ଠ ସଦସ୍ୟ ବୃନ୍ଦାବନ ପଣ୍ଡା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଦୁଇ ଦିନିଆ ଏହି ଖେଳରେ ସର୍ବମୋଟ ୮ଟି ଦଳ ଅଂଶଗ୍ରହଣ କରିଛନ୍ତି । ଏହି ଖେଳର ମହତ୍ତ୍ୱକୁ ସମ୍ମାନ ଜଣାଇ ସାଧାରଣରେ ଏହାର ମାଧୂର୍ଯ୍ୟ ବଞ୍ଚାଇବା ପାଇଁ ବରିଷ୍ଠ ନାଗରିକ ପରିଷଦ ଗତ ୩ବର୍ଷ ହେଲା ଏହାକୁ ଆରମ୍ଭ କରିଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତ୍ରିନାଥ ପାଣିଗ୍ରାହୀ, ପତିତପାବନ ମହାପାତ୍ର, ଉପଦେଷ୍ଟା ଇଂ. ବିନୋଦ କୁମାର ପାଢ଼ୀ, ସଭାପତି ରବିନ୍ଦ୍ର କୁମାର ପଣ୍ଡା, ଉପ-ସଭାପତି ଅରୁଣ କୁମାର ପଣ୍ଡା, ସମ୍ପାଦକ ବିନୋଦ ଚନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ବିପ୍ର ଚରଣ ମହାପାତ୍ର,
ବ୍ରଜସୁନ୍ଦର ପାଣିଗ୍ରାହୀ, ଲିଙ୍ଗରାଜ ପଟ୍ଟନାୟକ, ଗୌରୀ ଶଙ୍କର ପାଢ଼ୀ, ଶରତ ଦାସ, ମଙ୍ଗରାଜ ପଣ୍ଡା, ବସନ୍ତ ସାବତ, ଗୋପୀନାଥ ଶତପଥୀ, ଯୁଧିଷ୍ଠିର ଦାସ, ପଦ୍ମ ଚରଣ ପାଢ଼ୀ, ସୁରେନ୍ଦ୍ର ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.