csstore

ତ୍ରିଦିବସୀୟ ପ୍ରଗତି ତାଲିମ ଶିବିର ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଟାଉନ୍ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଚାଲିଥିବା ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ ତ୍ରିଦିବସୀୟ ପ୍ରଗତି ପ୍ରଶିକ୍ଷଣ ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ମୁଖ୍ୟତଃ ପ୍ରଧାନ ଶିକ୍ଷକ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିଲା । ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ସମାରୋହରେ ଏବିଇଓ ଶିବପ୍ରସାଦ ଯୋଶୀ, ରାମସିଂ ଭୋଇ, ବିଶିକେଶନ ଶତପଥୀ ଓ ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ତରଣୀସେନ ସାହୁ ଉପସ୍ଥିତ ଥିଲେ । ଡିଆଇଇଟି ବରଗଡ଼ ଆନୁକୂଲ୍ୟରେ ଆୟୋଜିତ ଏହି ଗୁଣାତ୍ମକ ଶିକ୍ଷାର ବିକାଶ ଦକ୍ଷତା ତଥା ନେତୃତ୍ୱ ବିକାଶ ନିମନ୍ତେ ଉଦ୍ଦିଷ୍ଟ ଥିବା ଏହି ପ୍ରଶିକ୍ଷଣରେ ୪୦ ଜଣ ପ୍ରଧାନ ଶିକ୍ଷକଙ୍କ ସହ ତିନିଜଣ ଏବିଇଓ ଏହି ଶିବିରରେ ଯୋଗ ଦେଇ ତିନିଦିନ ଧରି ପ୍ରଶିକ୍ଷଣ ନେଇଥିଲେ । ସାଧନକର୍ମୀ ଭାବରେ ଦଶରଥ ବଡ଼ଗୁଛିଆ, ଶେଷଦେବ ସାହୁ ଓ ଭ୍ରମର ପଧାନ ଯୋଗ ଦେଇଥିଲେ ଓ ସୂଚାରୁ ରୂପେ ବିଭିନ୍ନ ଅଧିବେଶନ ଗୁଡ଼ିକ ସମାପନ କରିଥିଲେ । ପରିଶେଷରେ ବିରଞ୍ଚି ବିଭାର ଧନ୍ୟବାଦ୍ ଅର୍ପଣ କରିଥିଲେ । ଫୁଲମତିପୁର ସିଆର୍‌ସି ସି ହେମନ୍ତ ଛୁରା ବୈଷୟିକ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.