pakka

ମାଁ’ ବସ୍ତ୍ରେନ ମାଉଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ସିନ୍ଦୁରବାହାଲ ବିଜୟୀ

bbehera

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ଜାମୁଟିଆ ଗ୍ରାମରେ ମାଁ’ ବସ୍ତ୍ରେନ ମାଉଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଭାଗ ନେଇଥିଲେ । ଫାଇନାଲ୍‌ ମ୍ୟାଚ୍‌ ସିନ୍ଦୁରବାହାଲ ଏବଂ ଝାଙ୍କରପାଲି ମଧ୍ୟରେ କଡା ଟକ୍କର ହୋଇଥିଲା । ଦୁଇଥର ସୁପର୍‌ ଓଭର୍‌ ହୋଇଥିବା ବେଳେ ଶେଷରେ ସିନ୍ଦୁରବାହାଲ ଦଳ ବିଜୟୀ ହୋଇଥିଲେ । ଏହି ଅବସରରେ ଅତିଥି ଭାବେ କୁଶମେଲ ସରପଞ୍ଚ କୌସ୍ତୁବ ସାହୁ, ସୁଦାମ ମେହେର ଏବଂ ଇଶ୍ୱର ମେହେର ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ବିଜୟୀ ଦଳକୁ ୧୦୦୦୦ ଏବଂ ପରାଜିତ ଦଳକୁ ୬୦୦୦ ଟଙ୍କା ପୁରସ୍କାର ଦିଆଯାଇଥିଲା । ଫାଇନାଲ୍‌ ମ୍ୟାଚ୍‌ରେ ଅମ୍ପାୟାର ଓମ ପ୍ରକାଶ ସିଂହ ଏବଂ ଅମରେଶ ଷଡଙ୍ଗୀ ଖେଳକୁ ପରିଚାଳନା କରିଥିଲେ । ସମସ୍ତ ମ୍ୟାଚ୍‌ରେ ଅବିନାଶ ମିଶ୍ର, ସାନନ୍ଦ ଡାଂଗ୍, ଆଶୁତୋଷ ମିଶ୍ର, ଅମରେଶ ଷଡଙ୍ଗୀ, ପ୍ରୀତମ ଧରୁଆ, ବିକାଶ ଯୋଷୀ, ଆକାଶ ସିଂହ, ଉତ୍ତମ ଧରୁଆ, ଆଲୋକ ଯୋଷୀ, ଦେବାଶିଷ ନାଏକ, ହୀରାଲାଲ ଭୁଏ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

7 + twenty =