pakka

ଏଟିଏମ୍‌ ଭାଙ୍ଗି ଲୁଟିଲେ ସାତ ଲକ୍ଷ ଟଙ୍କା : ପୋଲିସର ଛାନ୍‌ଭିନ୍‌ ଜାରି

bbehera

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ଥାନା ଅନ୍ତର୍ଗତ ସରମୂହାଣସ୍ଥିତ ଏସ୍‌ବିଆଇ ଏଟିଏମ୍‌ରୁ ଡ୍ରିଲ୍‌ କଟର୍‌ ସାହାଯ୍ୟରେ ଏଟିଏମ୍‌ ଭାଙ୍ଗି ୭ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ପାଟଣାଗଡ଼-ବଲାଙ୍ଗିର ମୁଖ୍ୟ ରାସ୍ତାରେ ଥିବା ସରମୁହାଣ ବସଷ୍ଟାଣ୍ଡସ୍ଥିତ ଏସ୍‌ବିଆଇ ଏଟିଏମ୍‌ରୁ ରବିବାର ରାତିରେ କିଛି ଦୁର୍ବୃତ୍ତ ଟଙ୍କା ଲୁଟ୍‌ କରି ନେଇଥିବା ନେଇ ପାଟଣାଗଡ଼ ପୋଲିସକୁ ସ୍ଥାନୀୟ ଲୋକେ ଖବର କରିଥିଲେ । ପାଟଣାଗଡ ପୋଲିସ ଘଟଣାସ୍ଥଳରେ ପହଂଚି ଛାନ୍‌ଭିନ୍‌ ଜାରି ରଖିଛି । ଏହି ଘଟଣାକୁ ନେଇ ଏବେ ପାଟଣାଗଡ ଉପଖଣ୍ଡ ପୋଲିସ ସହ ବଲାଙ୍ଗିର ଜିଲ୍ଲା ପୋଲିସ ସମସ୍ତ ଅଂଚଳକୁ ନାକାବନ୍ଦୀ କରି ରଖିଥିବା ଜଣାପଡିଛି । ଉକ୍ତ ଏଟିଏମ୍‌ କୋଠରୀକୁ ପାଟଣାଗଡ଼ ପୋଲିସ ଲକ୍‌ କରି ରଖିଥିବା ବେଳେ ବଲାଙ୍ଗିରରୁ ସାଇଣ୍ଟିଫିକ୍‌ ଦଳ ଆସି ଯାଂଚ କରିଥିବା ଜଣାପଡ଼ିଛି । ଏନେଇ ପାଟଣାଗଡ଼ ଥାନା କେସ ନଂ ୩୧୯/୨୦୨୩ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପାଟଣାଗଡ଼ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଏଟିଏମ୍‌ ଲୁଟ୍‌ କରିଥିବା ଦୁର୍ବୃତ୍ତମାନଙ୍କୁ ଖୋଜିବାରେ ଲାଗିଛି । ଏନେଇ ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପଧାନଙ୍କୁ ପଚାରିବାରୁ ଅଭିଯୁକ୍ତମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

one × 1 =