ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅସହାୟ ବିଧବା ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ତୁରେକେଲା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଝର୍‌ନି ଗ୍ରାମର ଜଣେ ଅସହାୟ ବିଧବା ମହିଳା ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ଗୁହାରି ଜଣାଇଛନ୍ତି । ତାଙ୍କୁ ଏକ ଚାଉଳ କାର୍ଡ ପ୍ରଦାନ କରାଯାଉ ବୋଲି ସେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ନୀଳାନ୍ଦ୍ରୀ ଦୀପ ବୟସ (୩୦) ପ୍ରଶାନ୍ତ କୁମ୍ଭାରଙ୍କୁ ଭଲ ପାଇ ବିବାହ କରିଥିଲେ । ସେମାନେ ତିରୁପତିରେ ରହି ଇଟା ଭାଟିରେ କାମ କରୁଥିଲେ । ତାଙ୍କର ତିନୋଟି ସନ୍ତାନ ରହିଛନ୍ତି । କରୋନା ମହାମାରୀ ସମୟରେ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଥିଲା । ତେବେ ଇଟା ଭାଟିରୁ ନୀଳାନ୍ଦ୍ରୀ ଫେରିବା ପର ଠୁ ସେ ମା’ ଘରେ ରହି ଆସୁଛନ୍ତି । ଆର୍ଥିକ ଦୃଷ୍ଟିରୁ ବର୍ତ୍ତମାନ ତାଙ୍କ ପରିବାରର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ବେଳେ ତିନୋଟି ସନ୍ତାନଙ୍କୁ ପାଳିପୋଷି ମଣିଷ କରିବାରେ ତାଙ୍କୁ ଖୁବ୍‌ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏଣୁ ତାଙ୍କୁ କିଛି ସରକାରୀ ସହାୟତା ପ୍ରଦାନ କରାଯାଉ ବୋଲି ସେ ଗୁହାରୀ କରିଛନ୍ତି ।

Leave A Reply

Your email address will not be published.

fifteen + 12 =