ବ୍ରିଜ୍ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା : ବ୍ରାହ୍ମଣୀତରଙ୍ଗ ଥାନା ଯମୁନଢ଼ିପା ବ୍ରିଜ୍ ତଳୁ ଜଣେ ଅଜଣା ଯୁବକଙ୍କ ମୃତଦେହ ମିଳିଛି । ଯୁବକଙ୍କ ବେକରେ ଏକ ବଡ଼ ପଥର ବନ୍ଧା ହୋଇଛି । ହତ୍ୟା ପରେ ତାଙ୍କୁ ବ୍ରିଜ୍ ତଳେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ଯୁବକଙ୍କ ପରିଚୟ ନେଇ ପୁଲିସ୍ ପକ୍ଷରୁ ତନାଘନା ଜାରି ରଖିଛି

Leave A Reply

Your email address will not be published.

6 + sixteen =