ରେଲୱେ ଷ୍ଟେସନ ଛକ ସ୍ଥିତ କରାଟେ ସ୍କୁଲରେ ଗ୍ରୀଷ୍ମ କାଳୀନ କରାଟେ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ତରଫରୁ ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ କରାଟେ ସ୍କୁଲରେ ଗ୍ରୀଷ୍ମ କାଳୀନ କରାଟେ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । କରାଟେ ତଥା ଟାଇକୋଣ୍ଡୋ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରରେ କରାଟେ, ଟାଇକୋଣ୍ଡୋ, ଲାଠି, ନାମଚାକୁ, ଯୋଗ ଓ ଆତ୍ମ ରକ୍ଷାର କୌଶଳ ପ୍ରଶିକ୍ଷଣ ଦିଆଯଉଥିବା ଶ୍ରୀ ଭୋଇ ପ୍ରକାଶ କରିଛନ୍ତି । ଅସୀମଙ୍କ ଛାତ୍ରୀ ନେସନାଲ ଗୋଲଡ ମେଡାଲିଷ୍ଟ ଅଙ୍କିତା ଦାସ ସ୍ୱତନ୍ତ୍ର ଝିଅ ମାନଙ୍କୁ ଟ୍ରେନିଂ ଦେଉଥିବା ବେଳେ ସୁଶାନ୍ତ ମୁଗ୍ରୀ, କରନ ନନ୍ଦ ଓ ନରେନ୍ଦ୍ର ବରାଡ ଏହି ଶିବିରକୁ ସହଯୋଗ କରୁଛନ୍ତି । ଏହି ଉଦ୍‌ଘାଟନୀ ଅବସରେ ପିପି ଏକାଡେମି ହାଇସ୍କୁଲରେ ଏକ ସଭା ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପୁଇଁନ୍ତଲା ବ୍ଲକ ବିଡିଓ ରାମଦତ୍ତ ଭୋଇ ରହି ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିରର ସମାଜ ପାଇଁ କେତେ ଯେ ଉପଯୋଗୀ ସେ ଉପରେ ମତ ଦେଇଥିଲେ । ସମ୍ମାନିତ ଅତିଥି ଡ. ସୁଚିସ୍ମିତା ମହାନ୍ତି, ଡ. ସୁମିତ୍ରା ଦାଶ ଓ ଏଡିସିନାଲ ସିଟିଓ ନମିତା ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଏହି କରାଟେ ସଂଗଠନର ନିଜସ୍ୱ ଭିତ୍ତିଭୂମି ହେଲେ କରାଟେ ଓ ତାଇକୋଣ୍ଡୋରେ ରୁଚି ରଖୁଥିବା ଛାତ୍ରୀଛାତ୍ରମାନଙ୍କର ସ୍ୱପ୍ନ ସାକାର ହୋଇ ପାରିବ ବୋଲି କରାଟେ ଅର୍ଗାନାଇଜେସନର ସମ୍ପାଦକ ଅସୀମ ଭୋଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ସଭାଟିକୁ ମନପ୍ରିତ କୌର ପରିଚାଳନା କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମିକ୍ଷା ସଡଙ୍ଗି, ସୋନାକ୍ଷୀ ଭୋଇ ଓ ତ୍ରୀଲୋକେସ ଶତପଥୀ ନୃତ୍ୟ ପରିବେଷଣ କରିଥିଲେ ।

Leave A Reply

Your email address will not be published.

10 − 6 =