ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର ନବ ନିର୍ବାଚିତ କର୍ମକର୍ତ୍ତାଙ୍କର ପ୍ରଥମ ବୈଠକ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ନୃସିଂହ ମନ୍ଦିର ଠାରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ ନବ ନିର୍ବାଚିତ ସଭାପତି ଗୋବିନ୍ଦ ମିଶ୍ର, ସାଧାରଣ ସଂପାଦକ ମଲିଆ ଗଡୁଆଙ୍କ ସମେତ ଅନ୍ୟ ସମସ୍ତ ସଭ୍ୟବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ତା’ପରେ ସଂପାଦକ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ପୂର୍ଣ୍ଣଚନ୍ଦ୍ର ମେହେର, ଜୀବନ କରନ, ବିନୋଦ ବିହାରୀ ସିଂହ, ଭଗବାନ ନାୟକ, ନରସିଂହ ରାଓ, ହରେକୃଷ୍ଣ ମେହେର ଓ ବିରଂଚି ହୋତା ମହୋଦୟ ଆଜୀବନ ସଦସ୍ୟତା ଗ୍ରହଣ କରିଥିଲେ । ଉପରୋକ୍ତ ନୂତନ ସଭ୍ୟବୃନ୍ଦଙ୍କୁ ସ୍ୱାଗତ କରାଯାଇଥିଲା । ସମସ୍ତ ସଭ୍ୟଙ୍କୁ ୧୨ଟି ଦଳରେ ବିଭକ୍ତ କରାଯାଇ ପ୍ରତ୍ୟେକ ଦଳ ପାଇଁ ଜଣେ ଲେଖାଏଁ ଦଳପତିଙ୍କୁ ନିଯୁକ୍ତି କରାଯିବା ସକାଶେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସଂଘର ବରିଷ୍ଠ ସଭ୍ୟ ଗୋପବନ୍ଧୁ ପୁରୋହିତ ସଂଘର କାର୍ଯ୍ୟଳୟ ଗୃହ ସକାଶେ ଜିଲ୍ଲାପାଳ ବଲାଙ୍ଗିରଙ୍କୁ ସାକ୍ଷାତ କରିବା ପ୍ରସ୍ତାବ ଆଗତ କରିଥିଲେ । ସଭାପତି, ସାଧାରଣ ସଂପାଦକଙ୍କ ସମେତ ଅନ୍ୟ ୩ ଜଣ ସଭ୍ୟ ଆସନ୍ତା ସପ୍ତାହରେ ସାକ୍ଷାତ କରିବା ସକାଶେ ସ୍ଥିର କରାଗଲା । ଆଜିର ବୈଠକରେ ଗୋବିନ୍ଦ ମିଶ୍ର ସଭାପତି, ମଲିଆ ଗଡୁଆ ସାଧାରଣ ସଂପାଦକ, ସତ୍ୟବନ୍ତ ବେଦବାକ ଉପଦେଷ୍ଟା, ପୁରୁଷୋତ୍ତମ ପଣ୍ଡା, ଯୁଗ୍ମ ସଂପାଦକ, କାର୍ଯ୍ୟକାରିଣୀ ସଭ୍ୟ ଗୋପବନ୍ଧୁ ପୁରୋହିତ, ହରେକୃଷ୍ଣ ପଟେଲ, ପୂର୍ଣ୍ଣ ଚନ୍ଦ୍ର ଦାଶ, କୃଷ୍ଣଚନ୍ଦ୍ର ମହାକୁର ଏବଂ ଜିବନ କୁମାର ତ୍ରିପାଠୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିରଂଚି ହୋତା ନୂତନ ସଭ୍ୟ ସଭାରେ ଉପସ୍ଥିତ ରହି ନିଜସ୍ୱମତ ଉପସ୍ଥାପନ କରିଥିଲେ । ପରିଶେଷରେ ହରେକୃଷ୍ଣ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

four × 3 =