ls

ବଲାଙ୍ଗିର ପବ୍ଲିକ ସ୍କୁଲ ପରିସରରେ ନୂତନ ଶ୍ରେଣୀଗୃହ ନର୍ସରୀ ଓ ବାଲ୍‌ ବାଟିକା ଉଦ୍‌ଘାଟିତ

a12

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପବ୍ଲିକ ସ୍କୁଲ ପରିସରରେ ନୂତନ ଶିକ୍ଷାନୀତି ୨୦୨୨-୨୩ ଅନୁସାରେ ନୂତନ ଶ୍ରେଣୀଗୃହ ନର୍ସରୀ ତଥା ବାଲ୍‌ ବାଟିକା ଉଦ୍‌ଘାଟିତ ହୋଇଯାଇଛି । ଏକ ନୂତନ ଶ୍ରେଣୀଗୃହ ତଥା ଅନେକ ଗୁଡିଏ ଖେଳସାମଗ୍ରୀକୁ ନେଇ ଆରମ୍ଭ ହୋଇଯାଇଛି । ନୂତନ ଭାବରେ ନାମ ଲେଖାଇଥିବା ନର୍ସରୀର ଛାତ୍ରଛାତ୍ରୀ ଓ ତାଙ୍କ ମାତାପିତା ଏବଂ ଅଭିଭାବକ ଯୋଗ ଦେଇଥିଲେ । ବଲାଙ୍ଗିର ପରିଚାଳନା ସମିତିର ସଭାପତି ବୀରେନ୍ଦ୍ର କୁମାର ମିଶ୍ର, ସମ୍ପାଦକ ଗୋପାଳକୃଷ୍ଣ ସିଂହଦେଓ, କୋଷାଧକ୍ଷ ଆଲୋକ ରଞ୍ଜନ ବେଦବାକ, ସଭ୍ୟ ବାଦଲ ମହାକୁର, ସଭ୍ୟ ଶିରିଶ ଚନ୍ଦ୍ର ହୋତା ତଥା ସଭ୍ୟ ସଞ୍ଜୀବ କୁମାର ସାହୁ ଆଦି ଯୋଗ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ସରିତା ପଟ୍ଟନାୟକ, ଉପାଧ୍ୟକ୍ଷ ସତୀଶ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ଓ ତାକୁ ସମସ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକ ତଥା ଅତିଥିମାନେ ଉପଭୋଗ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

manabhanjan
Leave A Reply

Your email address will not be published.