ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦର କାର୍ଯ୍ୟାଳୟ ଉଦ୍‌ଘାଟନ

  • ଗନ୍ଧମାର୍ଦ୍ଦନ ସୁରକ୍ଷା ସମିତି ପକ୍ଷରୁ ଗାଁକୁ ଗାଁ ଯାଇ ଲୋକଙ୍କୁ ସଚେତନ କରାବାକୁ ନିଷ୍ପତ୍ତି

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକରେ ପବିତ୍ର ତୀର୍ଥସ୍ଥଳୀ ହରିଶଙ୍କର ପୀଠଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦରୁ ଏକ କାର୍ଯ୍ୟାଳୟ ଉଦ୍‌ଘାଟନ ହୋଇଯାଇଛି । ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ । ସ୍ଵାମୀ ସୋମବେଶ ସରସ୍ଵତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜାର୍ଚ୍ଚନା କରିବା ସହ କାର୍ଯ୍ୟାଳୟକୁ ଶୁଭ ଉଦ୍‌ଘାଟନ କରିଛନ୍ତି । ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦ ଗାଁ ଗାଁରେ ଲୋକମାନଙ୍କ ସଚେତନ କରିବା ପାଇଁ ଆଲୋଚନା କରାଯାଇଥିଲା । ଏହି ଅବସରରେ ସଭାପତି ଅଭିଳାଷ ଭୋଇ, ପ୍ରଶାନ୍ତ ମାଝୀ ଶ୍ରୀମତୀ ସଂଯୁକ୍ତା ମାଝୀ, ବସନ୍ତ ନାଗ ଧବଲେଶ୍ବର ପାତ୍ର, ବୁଲୁ ବେହେରା, କୈଲାସ ସାହୁ, ସତ୍ୟନାରାୟଣ ବନପ୍ରସ୍ଥ ପ୍ରମୁଖ ଉପସ୍ଥିତ ଥିବା ବେଳେ ଟେକେନ୍ଦ୍ର ଜାଲ, ସଭା ପରିଚାଳନା କରିଥିଲେ । ଗନ୍ଧମାର୍ଦ୍ଦନ ସୁରକ୍ଷା ସମିତି ଶତାଧିକ ସଂଗ୍ରାମୀ ଉପସ୍ଥିତ ଥିଲେ । କୈଳାସ ଆର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

fourteen + twelve =