pakka

ମଦ୍ୟପ ସ୍ୱାମୀର କାଠ ଫାଳିଆ ମାଡରେ ସ୍ତ୍ରୀର ମୃତ୍ୟୁ, ପରେ ବିଷ ପିଇ ସ୍ୱାମୀର ଆତ୍ମହତ୍ୟା

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ଲରମ୍ଭା ଥାନା ଖୁଣ୍ଟସମଲେଇ ଗାଁରେ ମଦ୍ୟପ ସ୍ୱାମୀର କାଠ ଫାଳିଆ ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା କରିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଘାଷି ତଅଁଲା ପ୍ରତିଦିନ ମଦପିଇ ଘରକୁ ଆସି ତାଙ୍କ ସ୍ତ୍ରୀ ଓ ପୁଅ ସହ ଝଗଡା କରୁଥିଲେ । ଗତକାଲି ମଧ୍ୟ ଘାଷି ତଅଁଲା ପ୍ରଚୁର ମଦପିଇ ଘରକୁ ଆସି ସ୍ତ୍ରୀ ସହିତ କୌଣସି କଥାକୁ ନେଇ କଟାକଟି ହୋଇଥିଲା ଏଥିରେ ଘାଷି ଉତ୍‌କ୍ଷିପ୍ତ ହୋଇ କାଠ ଫାଳିଆରେ ନିଜ ସ୍ତ୍ରୀକୁ ପିଟିବା ଫଳରେ ଘଟଣାସ୍ଥଳରେ ହିଁ କୁନ୍ତୀଙ୍କ ମୃତ୍ୟୁ ଘଟିଥିଲା । ପରେ ଘାଷି ନିଜେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଏନେଇ ଘାଷି ତଅଁଲାଙ୍କ ପୁଅ ପିଣ୍ଟୁ ତଅଁଲା ମଦପିଇ ତାଙ୍କ ବାପା ତାଙ୍କ ମାଁଙ୍କୁ କାଠ ଫାଳିଆରେ ପିଠି ହତ୍ୟା କରିଥିବା ଲରମ୍ଭା ଥାନାରେ ଏତଲା ଦେଇଥିଲେ । ଘଟଣାସ୍ଥଳରେ ଲରମ୍ଭା ପୋଲିସ ପହଞ୍ଚି ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ କରିବାକୁ ପଠାଇଥିବା ବେଳେ ଅଧିକ ତଦନ୍ତ କରୁଥିବା ଲରମ୍ଭା ଥାନା ଅଧିକାରୀ ରବିନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

14 + eleven =