ନ୍ୟାୟ ପାଇଁ ସରପଞ୍ଚଙ୍କ ସାମ୍ବାଦିକ ସମ୍ମିଳନୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଥାନା ଭୁର୍ଶାଗୁଡା ପଂଚାୟତରେ ମନରେଗା କାମକୁ ନେଇ ଗାଁରେ ଗଣ୍ଡଗୋଳ ପରେ ଥାନା ଦ୍ବାରସ୍ଥ ହୋଇଥିଲେ ସରପଞ୍ଚ ପୁଷ୍ପାଞ୍ଜଳି ଛୁରା । ତେବେ ଘଟଣାରେ ଗାଁର କିଛି ଲୋକ ମନରେଗା କାମ କରାଇଦେବୁ ନାହିଁ ବୋଲି ମହିଳା ସରପଞ୍ଚଙ୍କୁ ଆକ୍ରମଣ ସହ ଗାଳି ଗୁଳଜ କରିଥିଲେ । ଗାଁର ଶ୍ରମିକ ମାନକୁ ନେଇ କରୁଥିବା ଏହି ମନରେଗା କାମକୁ ଗାଁ ଲୋକ ବିରୋଧ କରିଥିବା ବେଳେ ଘଟଣା ସ୍ଥଳରେ ପ୍ରଶାସନ ପହଂଚି ଏହାର ସମାଧାନ କରିବାକୁ ଚେଷ୍ଟା କରିଥିଲେ । ତେବେ ଘଟଣାକୁ ମାସେ ବିତି ଯାଇଥିଲେ ସୁଦ୍ଧା ନ୍ୟାୟ ପାଇ ନଥିବାରୁ ଆଜି ବଙ୍ଗୋମୁଣ୍ଡା – କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାର କୋଦୋଭଟା ଠାରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି ସରପଞ୍ଚ ପୁଷ୍ପାଞ୍ଜଳି ଛୁରା । ସିନ୍ଧେକେଲା ଥାନାରେ ଏନେଇ ୧୪ ଜଣଙ୍କ ନାଁରେ ଲିଖିତ ଅଭିଯୋଗ ପରେ ବି ପୁଲିସ ଚୁପ ଥିବା ଜଣାପଡିଛି । ବନ୍ଦ ଥିବା ମନରେଗା କାର୍ଯ୍ୟ ଆରମ୍ଭ କରିବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରାଯାଇଛି ।

Leave A Reply

Your email address will not be published.

3 − 3 =