pakka

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ୍ ଚାଳକ ଗୁରୁତର ଆହତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଧୂମାଭଟାରୁ ପାଟଣାଗଡ଼ ଯିବା ରାସ୍ତାରେ ଘୁମପାଲି ଛକଠାରେ ଜଣେ ବାଇକ୍ ଚାଲକ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡି ଗୁରୁତର ଆହତ ହୋଇଛନ୍ତି । ଆହତ ବାଇକ୍ ଜଣକ ହେଲେ ଖପ୍ରାଖୋଲ ଥାନା ବେନକେରା ଗ୍ରାମର ସୁଶାନ୍ତ ସାହୁ (୪୨) । ବାଇକ୍ ଚାଲକ ଜଣକ ପୋଲ ତଳେ ଅଚେତ ଅବସ୍ଥାରେ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ପାଟଣାଗଡ଼ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଆହାତ ବାଇକ୍ ଚାଳକକୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ପଠାଇଥିଲେ । ଖବର ପାଇ ବାଇକ୍ ଚାଲକଙ୍କ ପରିବାର ଲୋକେ ଡାକ୍ତରଖାନାକୁ ପହଞ୍ଚିଥିବା ଜଣାପଡିଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡିଛି ।

Leave A Reply

Your email address will not be published.

twenty − eight =