pakka

ଲୋୟର ସୁକ୍‌ତେଲ ଜଳ ସେଚନ ପ୍ରକଳ୍ପ ପ୍ରଭାବିତ ଭୁଣ୍ଡିମୁହାନ ଜନ ଶୁଣାଣି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ ଭୁଣ୍ଡିମୁହାନ ଗ୍ରାମଠାରେ ଗତକାଲି ପୂର୍ବାହ୍ନରେ ଏକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାମରେ ଜମି ଅଧିଗ୍ରହଣ ବିଜ୍ଞପ୍ତି ପ୍ରକାଶ ହେବା ପରେ ଜମି ଅଧିଗ୍ରହଣ ସମ୍ପର୍କିତ ପ୍ରକ୍ରିୟା ଚାଲୁ ରହିଥିଲା ତତ୍‌ ସଙ୍ଗେ ସଙ୍ଗେ ପୂର୍ନଃବାସ ଏବଂ ଥଇଥାନ ସର୍ବେକ୍ଷଣ ମଧ୍ୟ ଚାଲୁ ରହିଥିଲା । ପର୍ନଃବାସ ଓ ଥଇଥାନ ସର୍ବେକ୍ଷଣ ଏକ ସ୍ୱାଧୀନ ସଂସ୍ଥା ମାଧ୍ୟମରେ କରାଯାଇଥିଲା । ଉକ୍ତ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଚିଠା ସର୍ବେକ୍ଷଣ ରିର୍ପୋଟ ଗ୍ରାମବାସୀଙ୍କର ଆପତ୍ତି ଅଭିଯୋଗ ନିମନ୍ତେ ତା: ୨୬/୦୪/୨୦୨୨ରିଖ ରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଗ୍ରାମରେ ପ୍ରକାଶ କରାଯାଇଥିଲା । ଗତକାଲି ଭୁଣ୍ଡିମୁହାନ ଗ୍ରାମରେ ୨୦୧୩ ଜମି ଅଧିଗ୍ରହଣ ଆଇନ୍‌ ଅନୁସାରେ ଉକ୍ତ ଚିଠା ସମ୍ବନ୍ଧୀୟ ଜନଶୁଣାଣି ଶିବିରରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ତଥା ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପର ପୂର୍ନଃବାସ ଓ ଥଇଥାନର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର କୁମାର ମହାପାତ୍ର, ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଭୂ.ଅର୍ଜନ ଅଧିକାରୀ କୁମାର ନାଗଭୂଷଣ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନିରଞ୍ଜନ ରାଉତ, ବଲାଙ୍ଗିର ଉପ ଜିଲ୍ଲାପାଳ ଲମ୍ବୋଧର ଧରୁଆ, ବଲାଙ୍ଗିର ତହସୀଲଦାର ମଘବାନ ବାଗ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ତୋଫାନ ବାଗ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପର ଜୋନ୍‌ ଅଫିସର ନୂତନ ସେଠଙ୍କ ସମେତ ଲୋୟର ସୁକତେଲ ଜଳ ସେୁନ ପ୍ରକଳ୍ପର ସଂପୃକ୍ତ ଅଧିକାରୀ ଭୁଣ୍ଡି ମୁହାନ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀୟା ସାହୁଙ୍କ ସମେତ ଗ୍ରାମର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ଜନ ଶୁଣାଣିରେ ଭୁଣ୍ଡିମୁହାନ ଗ୍ରାମବାସୀ ମାନେ ନିଜର ଜମି ଅଧିଗ୍ରହଣ ଓ ଥଇଥାନ ସମ୍ବନ୍ଧୀୟ ବିିଭିନ୍ନ ବିଷୟ ସମ୍ପର୍କରେ ଜିଲ୍ଲାପାଳ ଏବଂ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପିଡି ଆର୍‌ଆର୍‌ ଶ୍ରୀ ମହାପାତ୍ର, ସ୍ୱତନ୍ତ୍ର ଭୁ-ଅର୍ଜନ ଅଧିକାରୀ ଶ୍ରୀ ନାଗଭୁଷଣ ଏବଂ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ରାଉତ ଗ୍ରାମବାସୀଙ୍କ ଦ୍ୱାରା ଉତ୍‌ଥାପିତ ପ୍ରଶ୍ନ ତଥା ସମସ୍ୟାର ସମାଧାନ ସମ୍ପର୍କରେ ବୁଝାଇଥିଲେ । ଏତଦ୍‌ ବ୍ୟତୀତ ଜମି ଅଧିଗ୍ରହଣ ସଂକ୍ରାନ୍ତୀୟ ବିଭିନ୍ନ ବିଷୟ ସଂପର୍କରେ ଗ୍ରାମବାସୀଙ୍କୁ ବୁଝାଇଥିଲେ । ବଲାଙ୍ଗିର ଜିଲ୍ଲା ପାଇଁ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଏବଂ ଏହା ଦ୍ୱାରା ଜିଲ୍ଲାର ଚାଷୀ ମାନେ ବେଶ୍‌ ଉପକୃତ ହୋଇପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ରାଣା ପ୍ରକାଶ କରିବା ସହ ଏହି ପ୍ରକଳ୍ପ ନିମନ୍ତେ ପ୍ରଭାବିତ ଗ୍ରାମର ଗ୍ରାମବାସୀ ମାନେ ସହଯୋଗ କରିଥିବାରୁ ସାଧୁବାଦ ଜ୍ଞାପନ କରିଥିଲେ । ସର୍ଭେରେ ଗ୍ରାମବାସୀଙ୍କର କୌଣସି ସମସ୍ୟା ଥିଲେ ତାକୁ ତର୍ଜମା କରାଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ପ୍ରଭାବିତ ପରିବାର ଉପକୃତ ହୋଇ ପାରିବେ ସେଥିପ୍ରତି ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ । ଭୁଣ୍ଡିମୁହାନ ଗ୍ରାମର ଆନୁସାଙ୍ଗିକ ବିକାଶ ଦିଗରେ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ । ଜନ ଶୁଣାଣି ଶିବିର ଶେଷରେ ଭୁଣ୍ଡିମୁହାନ ଗ୍ରାମବାସୀଙ୍କ ତରଫରୁ ଘାଷିରାମ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

nineteen + fourteen =