pakka

ମେସିନ କରୁଛି ମନରେଗା କାମ : ଦାଦନ ଯାଉଛନ୍ତି ଶ୍ରମିକ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦାଦନ ପେଟକୁ ଦାନା ଦେବାକୁ କେନ୍ଦ୍ର ସରକାର ମନରେଗା ଯୋଜନାରେ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି । ଏଥିରେ ମେସିନକୁ ବାରଣ କରି କେବଳ ଶ୍ରମିକ କାମ କରିବେ ବୋଲି କଡ଼ାକଡ଼ି ନିୟମ କରିଛନ୍ତି । ହେଲେ ଦେଓଗାଁ ବ୍ଲକ୍‌ ଅଞ୍ଚଳରେ ନିୟମକୁ ବିଭିନ୍ନ ବିଭାଗ ଫୁ କରି ଉଡ଼ାଇ ଦେଉଥିବାର ଅଭିଯୋଗ ହେଉଛି । ଶ୍ରମିକ ବଦଳରେ ମେସିନ ବ୍ୟବହାର କରି କାମ କରୁଛନ୍ତି । ଅନ୍ୟପକ୍ଷରେ ଜିଆର୍‌ସ୍‌ଙ୍କୁ ଏ ସଂପର୍କରେ କିଛି ଜଣା ନଥିବା ବେଳେ ଗାଁ ସାଥୀ ଜବ୍‌କାର୍ଡ ଖୋଜୁଥିବା ଆଲୋଚନା ହେଉଛି । ଅଭିଯୋଗ ଅନୁସାରେ, ୨୦୨୦/୨୧ଆର୍ଥିକ ବର୍ଷରେ ବ୍ଳକ୍‌ର ଧଣ୍ଡାମାଲ, ସିକୁଆଁ, ମହଲାଇ, ଗାଈବାହାଲ ପଞ୍ଚାୟତରେ ପୋଖରୀ ଖନନ କାମ ଚାଲିଛି । କେଉଁ ପ୍ରକଳ୍ପକୁ ୧ଲକ୍ଷ ୨୦ହଜାରତ ପୁଣି କେଉଁ ପ୍ରକଳ୍ପକୁ ୧ ଲକ୍ଷ ୭୦ ହଜାର ଟଙ୍କାର ଅନୁଦାନ ମିଳିଛି । ହେଲେ ସମସ୍ତ ପ୍ରକଳ୍ପରେ ଶ୍ରମିକ ବଦଳରେ ମେସିନ ଲଗାଇ କାମ କରାଯାଉଛି । ଚାଷୀ ପୋଖରୀ ଟିଏ ପାଇବ ବୋଲି ଜମିରୁ ମାଟି ଖୋଳି ଦେଉଥିବା ବେଳେ କାମ ତଦାରଖ କରୁଥିବା ନେଇ କିଛି ଠିକାଦାରଙ୍କୁ ହାତ କରି ମେସିନରେ କେବଳ ୮୦ଘଣ୍ଟାର କାମ କରାଇ ବିଲ୍‌ ଭାଉଚର କରାଉଥିବା କାମ କରିବାକୁ କହିଲେ ବାରଣ କରୁଛନ୍ତି । ତମେ ଜାଗା ଦିଅ ଆମେ ୮୦ଘଣ୍ଟାରେ ପୋଖରୀ ଖୋଳି ଦେବୁ ବୋଲି ଜବ୍‌କାର୍ଡ ମାଗୁଛନ୍ତି ବୋଲି ଅଭିଯୋଗ ହେଉଛି । ପୂର୍ବରୁ ମଧ୍ୟ ଫାର୍ମପଣ୍ଡ ଖନନରେ ଅନିୟମିତତା କରାଯାଉଥିବା ଅଭିଯୋଗ ହେଉଥିଲା । ହେଲେ କେହି ଶୁଣୁନଥିଲେ । ବନ୍ଧପଡ଼ା, ରାମଚନ୍ଦ୍ରପୁର, ଡୁମେରପିଟା, କୁଲତାପଡ଼ା, ବ୍ରାହ୍ମଣୀଯୋର ପଞ୍ଚାୟତରେ ଫାର୍ମପଣ୍ଡ ଖନନରେ ଚାଷୀ ଚିହ୍ନଟରେ ଅନିୟମିତତା ହୋଇଥିବାର ଅଭିଯୋଗ ହେବା ସହ ବିଭିନ୍ନ ପ୍ରକଳ୍ପ ଅଧାପନ୍ତରିଆ ପଡ଼ିଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ବୋଲି ଦେଖାଇ ବିଲ୍ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଫାର୍ମପଣ୍ଡ ଯୋଜନାରେ କେତେ ଚାଷୀ ଉପକୃତ ହୋଇଛନ୍ତି, କେତେ ପ୍ରକଳ୍ପ ଆସିଛି ସେ ବିଷୟରେ ଉପରିସ୍ଥ ଅଧିକାରୀମାନଙ୍କୁ ଯୋଗାଯୋଗ କଲେ ମଧ୍ୟ ତଥ୍ୟ ଦେବାକୁ ନାରାଜ ହେଉଛନ୍ତି । ଫଳରେ ଯୋଜନାର କାର୍ଯ୍ୟକାରିତାକୁ ନେଇ ସନ୍ଦେହ ପ୍ରକାଶ ପାଉଛି । ବିଭିନ୍ନ ପଞ୍ଚାୟତରେ ହେଉଥିବା କାମକୁ ନେଇ ସରପଞ୍ଚ, ଇଓ ଏବଂ ଜିଆର୍ ଏସ୍‌ଙ୍କୁ ପଚାରିଲେ କାମ ବିଷୟରେ ସେମାନଙ୍କ ପାଖରେ କିଛି ସୂଚନା ନାହିଁ ବୋଲି କହୁଛନ୍ତି । ବ୍ଲକ୍ ମୃତ୍ତିକା ସଂରକ୍ଷଣ ବିଭାଗ ଜେଇ ପ୍ରକାଶ ନନ୍ଦଙ୍କୁ ପଚାରିବାରୁ ମେସିନ ଲାଗିଥିବା ବିଷୟରେ ଜାଣି ନାହାନ୍ତି, ଏଥିପ୍ରତି ଦୃଷ୍ଟି ଦେବେ ବୋଲି ସେ କହିଥିଲେ । ଜିଲ୍ଲା ପ୍ରଶାସନ ଏ ଦିଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

nineteen − 14 =