pakka

ପୁରେନା ଗ୍ରାମରେ ଅଚଳ ନଳକୂପ ମରାମତି ଦାବୀ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଲୋକଙ୍କ ପାଇଁ ଯୋଜନା ଉପରେ ଯୋଜନାମାନ ପ୍ରଣୟନ କରିଛନ୍ତି । ହେଲେ ଅଫିସ ତଥା ସରକାରୀ କର୍ମଚାରୀଙ୍କର ଆନ୍ତରିକତାର ଅଭାବ ଯୋଗୁଁ ସାଧାରଣ ଜନତା ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ପୁରେନା ଗ୍ରାମ କେଉଁଟପଡାଠାରେ । ପାଣି ଜଳ ଟିକିଏ ପାଇଁ ଡହକ ବିକଳ ହୋଇ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ସୂଚନା ଅନୁସାରେ ପୁରେନା ଗ୍ରାମର କେଉଁଟପଡାରେ ଲୋକେ ଦୁଇଟି ନଳକୂପ ଉପରେ ନିର୍ଭର କରି ଚଳିଥାନ୍ତି । ହେଲେ ଦୁଇ ମାସ ହେଲାଣି ଗୋଟିଏ ନଳକୂପ ଅଚଳ ହୋଇ ପଡିଛି । ଲୋକ ମାନେ ପାଣି ଟିକିଏ ପାଇଁ ପ୍ରଚଣ୍ଡ ରୌଦ୍ରତାପରେ ଦୂରରେ ଥିବା ଅଙ୍ଗନଦୀକୁ ଯାଇ ପାଣି ସଂଗ୍ରହ କରି ଆଣୁଛନ୍ତି । ତେଣୁ ଏହି ପଡାରେ ଥିବା ଅଚଳ ନଳକୂପକୁ ଶୀଘ୍ର ମରାମତି କରିବା ପାଇଁ ପଡାବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

14 − ten =