pakka

ରେଙ୍ଗାଲଜୁରୀ ଗ୍ରାମରେ ପାନୀୟ ଜଳ ପାଇଁ ଲୋକେ ଡହକ ବିକଳ

  • ମରାମତି ଦାୟିତ୍ୱ ପଞ୍ଚାୟତର ନା’ ଆଉ କାହର : ରେଙ୍ଗାଲଜୁରୀ ଗ୍ରାମବାସୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାନୀୟ ଜଳ ସମସ୍ୟା ଦୂର କରିବାକୁ ପଂଚାୟତ ଗୁଡିକକୁ ଦାୟିତ୍ୱ ଦିଆଯାଇଛି । ହେଲେ ନଳକୂପ ମରାମତି କାର୍ଯ୍ୟ ପଂଚାୟତକୁ ହସ୍ତାନ୍ତର ପରେ ଦୁର୍ଦଶା ବଢୁଛି ବୋଲି ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ନୂତନ ଚଙ୍ଗରିଆ ପଂଚାୟତର ରେଙ୍ଗାଲଜୁରୀ ଗ୍ରାମ ସ୍କୁଲପଡାରେ ଥିବା ସୌରଚାଳିତ ନଳକୂପ ଦୀର୍ଘ ୯ ମାସରୁ ଅଧିକ ଦିନ ହେବ ଅଚଳ ହୋଇପଡିଛି । ଯାହାଫଳରେ କି ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ମରାମତି ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଅନ୍ୟ ପକ୍ଷରେ ନଳକୂପ ମରାମତି ଦାୟିତ୍ଵ ପଞ୍ଚାୟତର ନାଁ ଆଉ କାହାର ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଗ୍ରାମରେ ଏକ ମାତ୍ର ନଳକୂପ ପାନୀୟ ଜଳ ଉପଯୋଗୀ ହେତୁ ଗ୍ରାମବାସୀ ନଳକୂପ ଉପରେ ନିର୍ଭର କରିଥାନ୍ତି । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହରେ ଗ୍ରାମବାସୀ ପାନୀୟ ଜଳ ପାଇଁ ଡହକ ବିକଳ ହେଉଛନ୍ତି । ଗ୍ରାମବାସୀମାନେ ଖୋଲା କୂଅରୁ ପାଣି ବ୍ୟବହାର କରୁଛନ୍ତି । ଯାହାଫଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଦେଖାଦେଇଛି । ଏଥିପ୍ରତି ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେଇ ଅଚଳ ନଳକୂପକୁ ସଚଳ କରିବା ସହ ପାନୀୟ ଜଳ ସମସ୍ୟା ଦୂର କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

1 × four =