pakka

ସମାଜସେବୀଙ୍କ ପ୍ରୟାସରେ ସ୍କୁଲ ଯିବେ ଅଧାରୁ ପାଠ ଛାଡ଼ିଥିବା ଝିଅ ରୋହିଣୀ ମାଝୀ

ଜୁନାଗଡ଼ : ସମାଜସେବୀଙ୍କ ପ୍ରୟାସରେ ସ୍କୁଲ ଯିବେ ଅଧାରୁ ପାଠ ଛାଡ଼ିଥିବା ଅସହାୟ ଝିଅ ରୋହିଣୀ ମାଝୀ । ସୂଚନା ଅନୁସାରେ ଜୁନାଗଡ଼ ବ୍ଲକ କେନ୍ଦୁପାଟି ପଂଚାୟତ ବ୍ରାହ୍ମଣିଗୁଡା ଗାଁର ସ୍ୱର୍ଗତ ଡମ୍ବରୁ ମାଝୀଙ୍କ ତିନି ସନ୍ତାନ । ବଡ ପୁଅ ଧନୁର୍ଯ୍ୟ ମାଝୀ, ମଝିଆ ତିଳ ମାଝୀ ଓ ସାନ ଝିଅ ରୋହିଣୀ ମାଝୀ । ବଡ ପୁଅ ଧନୁର୍ଯ୍ୟ ପଞ୍ଚମ ପଯ୍ୟନ୍ତ ପଢିଥିବା ବେଳେ ମଝିଆ ପୁଅ ଅଷ୍ଟମରୁ ପାଠ ଛାଡି ପରିବାର ପୋଷିବା ପାଇଁ ବାହାରେ ରହି ରୋଜଗାର କରୁଛନ୍ତି । ସାନ ଝିଅ ରୋହିଣୀ ମାଝୀ ଗାଁ ସ୍କୁଲରେ ଅଷ୍ଟମରୁ ପାଠ ଛାଡି ଦେଇଥିଲେ । ନିଜର ବୋଲି କେହି ନଥିବାରୁ ଓ ଆର୍ଥିକ ଅସୁବିଧା ହେତୁ ସେ ଅଧାରୁ ପାଠ ଛାଡି ଦେଇଥିଲେ । କିଛିଦିନ ତଳେ ଏହି ସମସ୍ୟା ବିଷୟରେ ଜାଣିଲାପରେ ସମାଜସେବୀ ଧୀରେନ୍ଦ୍ର ସୁନାନୀ, ଯଶୋବନ୍ତ ରଣା, ମମତା ପ୍ରଧାନ ପହଂଚି ରୋହିଣୀଙ୍କୁ ଆଗକୁ ପଢାଇବା ପାଇଁ ତାଙ୍କର ଜେଜେମା ଓ ସାହି ପଡିଶା ସହ କଥା ହୋଇଥିଲେ । ବୟସ ଅଧିକ ହେତୁ ପ୍ରଥମେ ପଢିବା ପାଇଁ ରୋହିଣୀ ମନା କରୁଥିଲେ । କିନ୍ତୁ ସମାଜସେବୀ ଓ ପଡିସା ଲୋକ ବୁଝେଇଲା ପରେ ସେ ଆଗକୁ ପଢିବା ପାଇଁ ରାଜି ହୋଇଥିଲେ । ରୋହିଣୀ ରାଜି ହେବାରୁ ଗତକାଲି ବ୍ରାହ୍ମଣୀଗୁଡା ସ୍କୁଲରୁ ତାଙ୍କ ବିଦ୍ୟାଳୟ ପରିତ୍ୟାଗ ସାର୍ଟିଫିକେଟ ଅଣାଯାଇଥିଲା ଓ ଆଜି ଜୟ ଦୁର୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାନ୍ଦୋଳଠାରେ କେନ୍ଦୁପାଟି ସରପଞ୍ଚ ଶ୍ରୀମତୀ ଚିନ୍ମୟୀ ସେଠିଙ୍କ ଉପସ୍ଥିତିରେ ଆଡ଼ମିସନ କରିଛନ୍ତି ସମାଜସେବୀ ମାନେ । ଏହି ଆଡ଼ମିସନ ସମୟରେ ସମଜସେବୀ ଯଶୋବନ୍ତ ରଣା, ଧୀରେନ୍ଦ୍ର ସୁନାନୀ, ମମତା ପ୍ରଧାନ, ଗୋକୁଳ ସାହୁ, ବୁଲୁ ପ୍ରଧାନ, ସୁରେନ୍ଦ୍ର ସେଠି ପ୍ରମୁଖ ଉପସ୍ଥିତି ରହି ରୋହିଣୀଙ୍କ ଆଡ଼ମିସନରେ ସହଯୋଗ କରିଥିଲେ । ସମାଜସେବୀମାନଙ୍କର ଏହିପରି କାର୍ଯ୍ୟକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଥିଲେ ।

Leave A Reply

Your email address will not be published.

12 + 13 =