pakka

ଆସିକାର ପୂର୍ବତନ ବିଧାୟକ ସରୋଜ ପାଢୀ ବ୍ରହ୍ମପୁରରୁ ଉଦ୍ଧାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସିକାର ପୂର୍ବତନ ବିଧାୟକ ସରୋଜ ପାଢୀ ରାମେଶ୍ୱରରୁ ଭୁବନେଶ୍ୱର ଟ୍ରେନରେ ଆସୁଥିବା ବେଳେ ବ୍ରହ୍ମପୁରରୁ ଉଦ୍ଧାର କରିଛି କମିଶନରେଟ ପୋଲିସ । ବର୍ତ୍ତମାନ ତାଙ୍କୁ ଭୁବନେଶ୍ୱର ଅଣାଯାଉଛି । ସୂଚନା ଅନୁସାରେ ସରୋଜ କୁମାର ପାଢୀ ଗତ ୧୨ ତାରିଖରେ ଭୁବନେଶ୍ୱର ୟୁନିଟ-୬ ସ୍ଥିତ ଘରୁ କେଉଁଆଡ଼େ ଚାଲିଯାଇଥିଲେ । ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ତାଙ୍କ ପୁଅ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ତାଙ୍କୁ ଖୋଜିବାକୁ କ୍ୟାପିଟାଲ ଥାନା ଆଇଆଇସିଙ୍କ ନେତୃତ୍ଵରେ ଏକ ଟିମ୍ ଗଠନ କରାଯାଇଥିଲା । ସେ କେଉଁ କେଉଁ ସ୍ଥାନକୁ ଯାଇପାରନ୍ତି, ସେସବୁ ସ୍ଥାନରେ ଅନୁଧ୍ୟାନ କରିଥିଲା ପୋଲିସ । ରାଜ୍ୟର ବିଭିନ୍ନ ଥାନାକୁ ସରୋଜଙ୍କ ଫଟୋ ଓ ତାଙ୍କର ତଥ୍ୟ ପଠାଯାଇଥିଲା । ସମସ୍ତ ସମ୍ପର୍କୀୟଙ୍କୁ ପଚରାଉଚୁରା କରାଯାଇଥିଲା । ତେବେ ନିଖୋଜର ୫ ଦିନ ପରେ ପୁଅକୁ ଯୋଗାଯୋଗ କରିଥିଲେ ସରୋଜ ପାଢୀ । ରାମେଶ୍ୱରମରେ ଥିଲେ ବୋଲି ସେ ପୁଅକୁ କହିଥିଲେ । ଘରୁ ପ୍ରଥମେ ଗୋଆ ଓ ପରେ ରାମେଶ୍ୱରମ୍ ଯାଇଥିଲେ ବୋଲି ସରୋଜ ପୁଅକୁ କହିଥିଲେ ।

Leave A Reply

Your email address will not be published.

12 − 5 =