pakka

ଶ୍ରୀ ଶ୍ରୀ ନୃସିଂହନାଥ ବୈଶାଖ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଯାପିତ

kalikesh
  • ବିନ୍ଧ୍ୟବାସିନୀ ମଣ୍ଡପରେ ଲୋକନୃତ୍ୟରେ ଝୁମିଲେ ଦର୍ଶକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧଗିରିରେ ମୁଷିକ ଦୈତ୍ୟ ଆତ୍ମଗୋପନ କରିବା ପରେ ମୂଷିକ ଶତୃର ପ୍ରତୀକ ମାର୍ଜାର କେଶରୀ ବେଶରେ ଭଗବାନ ଛକି ରହିବା କିମ୍ବଦନ୍ତୀ ମାଧ୍ୟମରେ ଅସତ୍ୟ ଉପରେ ସତ୍ୟର ବିଜୟ ବାର୍ତା ସର୍ବ କାଳୀନ ଅଟେ ବୋଲି ଶ୍ରୀ ଶ୍ରୀ ନୃସିଂହନାଥ ବୈଶାଖ ମେଳା ଲୋକମହୋତ୍ସବର ଉଦ୍‌ଯାପନୀ ସଂଧ୍ୟାରେ ମତପ୍ରକାଶ ପାଇଛି । ବିନ୍ଧ୍ୟ ବାସିନୀ ମଣ୍ଡପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ପାଇକମାଳ ବିଡିଓ ଉପାଂଜଳୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ସାଂସ୍କୃତିକ କମିଟି ସଦସ୍ୟ ସୁଶାନ୍ତ ମିଶ୍ରଙ୍କ ସଂଯୋଜନାରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

ବିଭିନ୍ନ ଦିବସରେ ସଂସ୍କୃତି ଭାରତୀ ଭୁବନେଶ୍ୱର ଓଡିଶୀ ନୃତ୍ୟ, କଳାଜୀବୀ ବରଗଡର ଡାଲଖାଇ ନୃତ୍ୟ, ଆରାଧନା ନୃତ୍ୟ ଏକାଡେମୀର ଗୋଟିପୁଅ ନୃତ୍ୟ, ନବୋଦୟ ପାଇକମାଳର ଦଶଅବତାର, ଗାୟତ୍ରୀ କଳା ସଂଗଠନ ରାୟଗଡାର ଆଦିବାସୀ ନୃତ୍ୟ, ନୀଳଶୈଳ ନୃତ୍ୟାଂଜଳି ଜଟଣୀର ଲୋକନୃତ୍ୟ, ଛୁମକୁଛୁମା ସଂସ୍କୃତିକ ପରିଷଦର ପଂଚରସି ନୃତ୍ୟ, ମମତା ବରିହାଙ୍କ ଓଡିଶୀ ନୃତ୍ୟ, ମନିଷା ବରିହାଙ୍କ ସମ୍ବଲପୁରୀ ନୃତ୍ୟ ସମେତ ବିଭିନ୍ନ ଲୋକନୃତ୍ୟରେ ଦର୍ଶକ ବାନ୍ଧି ହୋଇଯାଇଥିଲେ । ଏହା ସହିତ ସଂଗୀତ ସାଗର ଭଜନ ସଂଧ୍ୟା ବିଜେପୁର, ଜୟ ଜଗନ୍ନାଥ ଭଜନ ସଂଧ୍ୟା ଭେଡେନ ଓ ଶ୍ରୀକ୍ଷେତ୍ର ଭଜନ ସଂଧ୍ୟା ବଲାଙ୍ଗିର କଳାକାରମାନଙ୍କ ଦ୍ୱାରା ପରିବେଷିତ ଭଜନ କାର୍ଯ୍ୟକ୍ରମ ଓ ବିଭିନ୍ନ କଳାକାଙ୍କ ଦ୍ୱାରା ପ୍ରଦର୍ଶିତ ସଂଚାର କାର୍ଯ୍ୟକ୍ରମ ଦର୍ଶକଙ୍କ ମଧ୍ୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୋଷୋତମ ପଧାନ, ସଂଯୋଜକ ସୁବୋଧ ପଣ୍ଡା, ସାଂସ୍କୃତିକ କମିଟି ସଦସ୍ୟ ଚିତରଂଜନ ସରାଫଙ୍କ ସମେତ ସାଂସ୍କୃତିକ କମିଟି ଓ ମେଳା କମିଟିର ସଦସ୍ୟମାନଙ୍କ ସହାୟତାରେ ଲୋକମହୋତ୍ସବ ସଫଳତାର ସହିତ ଉଦ୍‌ଯାପିତ ହୋଇଥିଲା ।

pp
Leave A Reply

Your email address will not be published.

19 + 10 =