pakka

ବାହାରିନ୍‌ ପାରାବ୍ୟାଡମିଣ୍ଟନ୍‌ ଖେଳିବେ ୩ ଓଡିଆ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୋମବାରଠାରୁ ଆରମ୍ଭ ହୋଇଥିବା ବାହାରିନ୍‌ ଆନ୍ତର୍ଜାତୀୟ ପାରାବ୍ୟାଡମିଣ୍ଟନ୍‌ରେ ୩ ଜଣ ଓଡିଆ ଖେଳାଳି ଖେଳିବେ । ସେମାନେ ହେଲେ ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜୟୀ ପ୍ରମୋଦ ଭଗତ, ଦିଲେଶ୍ୱର ରାଓ ଏବଂ ଦୀପରଞ୍ଜନ ବିଶୋଇ । ମାନାମା ସହରରେ ୨୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ଏସ୍‌ଏଲ୍‌-୩ ବର୍ଗରେ ପ୍ରମୋଦ ଉଭୟ ଏକକ ଏବଂ ଯୁଗଳରେ ଅଂଶ ଗ୍ରହଣ କରିବେ । ଏହି ବର୍ଗରେ ଦିଲେଶ୍ୱର ଏକକ ବର୍ଗରେ ଭାରତର ପ୍ରତିନିଧିତ୍ୱ କରିବେ । ଅନ୍ୟପକ୍ଷରେ ଏସ୍‌ଏଲ୍‌-୪ ବର୍ଗର ଏକକ ଏବଂ ଯୁଗଳ ବର୍ଗରେ ଦିଲେଶ୍ୱର ଉଭୟ ଏକକ ଏବଂ ଯୁଗଳରେ ଦେଶ ପାଇଁ ଖେଳିବେ ।

jay balangir
Leave A Reply

Your email address will not be published.

two × five =