pakka

ଯୁବପିଢି ପାଇଁ ଉଦାହରଣ ପାଲଟିଲେ ପୋତାଶ୍ରୀୟା ବଢେଇ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଖୁବ କମ୍‌ ବୟସରେ ଗରିବ ଏବଂ ଅସହାୟଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅର୍ନ୍ତଗତ କୋକନରା ଗ୍ରାମର ପୋତଶ୍ରୀୟା ବଢେଇ । ବୟସ ମାତ୍ର ୨୧ ବର୍ଷ । ଯେଉଁ ବୟସର ପିଲାମାନେ ଏବେ ଖେଳକୁଦ, ମୋବାଇଲ, ବୁଲାବୁଲିରେ ସମୟ ଅତିବାହିତ କରୁଛନ୍ତି ସେହି ବୟସରେ ପୋତଶ୍ରୀୟା ଗରିବ ଏବଂ ଅସହାୟ ବୃଦ୍ଧ, ବୃଦ୍ଧାଙ୍କ ସେବାରେ ନିଜକୁ ସମର୍ପିତ କରି ଦେଇଛନ୍ତି । ନିଜ ଜେଜେବାପା ଅବସରପ୍ରାପ୍ତ ଶିକ୍ଷକ ଶଙ୍କର ବଢେଇଙ୍କଠାରୁ ଅନୁପ୍ରାଣିତ ହୋଇ ସେ ସମାଜ ସେବା କରି ଚାଲିଛନ୍ତି । ତାଙ୍କ କହିବା ମୁତାବକ ଆଜିର ବ୍ୟସ୍ତ ବହୁଳ ଯୁଗରେ ସମସ୍ତଙ୍କ ପାଖରେ ନିଜ ନିଜ ଲୋକଙ୍କ ପାଇଁ ସମୟ ଅଭାବ ଥିବା ହେତୁ ବାପା-ମାଁ, ଭାଇ ଭଉଣୀ, ଜେଜେବାପା,ଜେଜେ ମା ତଥା ନିଜ ସମ୍ପର୍କୀୟମାନଙ୍କ ସହିତ ସଂପର୍କରେ ଫାଟ ସୃଷ୍ଟି ହୋଇଛି । ଯେଉଁ ଗୁରୁଜନମାନେ ତାଙ୍କୁ ଛୋଟରୁ ବଡ କରିବା ପାଇଁ କେତେ ଯେ ବାଧା ବିଘ୍ନ ସହିଛନ୍ତି ସେମାନେ କାଦାଚିତ ଏକଥା ନ ଭୁଲନ୍ତୁ । ତାଙ୍କର ବାର୍ତ୍ତା ଏହିକି ଯେ, ସମସ୍ତେ ମିଳି ମିଶି ରୁହନ୍ତୁ ଏବଂ ନିଜ ଗୁରୁଜନମାନଙ୍କ ବୃଦ୍ଧାବସ୍ଥାରେ ସେମାନଙ୍କର ସାହାରା ହୁଅନ୍ତୁ । ଯଦି ସେମାନେ ଏପରି କରିବେ ତାଙ୍କ ଆଗାମୀ ପିଢି ମଧ୍ୟ ତାଙ୍କର ଚଲାପଥରେ ଅନୁପ୍ରାଣିତ ହେବେ । ପୋତଶ୍ରୀୟା ଜଣେ ମଧ୍ୟମ ପରିବାର ବର୍ଗର ଝିଅ ହେଲେ ମଧ୍ୟ ତାଙ୍କର ଏହି ବାର୍ତ୍ତା ଆଜି ସମାଜ ପାଇଁ ଏକ ମାଧ୍ୟମ ଯେ ଅସହାୟ ସମୟରେ ସଦାସର୍ବଦା ନିଜ ଗୁରୁଜନ ଏବଂ ବୃଦ୍ଧବୃଦ୍ଧାଙ୍କ ସେବା କରିବା ଉଚିତ୍ । ତାଙ୍କର ଏହି ଉଚ୍ଚ ମନୋଭାବକୁ ତାଙ୍କ ଗ୍ରାମର ଅଧିବାସୀମାନେ ଧନ୍ୟବାଦ ଅର୍ପଣ କରିଛନ୍ତି ।

jay balangir
Leave A Reply

Your email address will not be published.

1 × one =