oom

ଜୀବନ ବଞ୍ଚେଇଲା ଟ୍ୱିଟର ଗାର୍ଲଙ୍କ ଗୋଟିଏ ଟ୍ୱିଟ : ତେଲେଙ୍ଗାନାରୁ ଉଦ୍ଧାର ହେଲେ ନିଖୋଜ ଥିବା ପ୍ରବାସୀ ଶ୍ରମିକ ଦମ୍ପତ୍ତି

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ସୁଦୁର ତେଲେଙ୍ଗାନା ରାଜ୍ୟର ପେଦାପଲ୍ଲୀ ଅଞ୍ଚଳରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ଜୀବନ ବିପଦରେ ଥିଲା ଠିକ ସେହି ସମୟରେ ବରଗଡ଼ ଜିଲ୍ଲା ପାଇକମାଲ ଅଞ୍ଚଳର ଟ୍ୱିଟର ଗାର୍ଲଙ୍କ ଗୋଟିଏ ଟ୍ୱିଟ ଯୋଗୁଁ ସୁରକ୍ଷିତ ଭାବେ ଘରକୁ ଫେରୁଛନ୍ତି ଦୁଇଜଣ ପ୍ରବାସୀ ଶ୍ରମିକ । ସୂଚନା ଯୋଗ୍ୟ ଯେ, କିଛିଦିନ ତଳେ ତେଲେଙ୍ଗାନା ରାଜ୍ୟ ପେଦାପଲ୍ଲୀ ଅଞ୍ଚଳରେ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ବିଲାସପୁର ଅଂଚଳର କିଛି ପ୍ରବାସୀ ଶ୍ରମିକ ନିର୍ଯ୍ୟାତନାର ଶିକାର ହେଉଥିଲେ, ଇଟାଭାଟି ମାଲିକ ଉକ୍ତ ପ୍ରବାସୀ ଶ୍ରମିକଙ୍କୁ ଏଭଳି ପାଶବିକ ଅତ୍ୟାଚାର କରୁଥିଲେ ଯେ, ଜଣେ ପ୍ରବାସୀ ଶ୍ରମିକ ଲକ୍ଷ୍ମଣ ଲୁହାର ଅତ୍ୟାଚାର ସହି ନପାରି ଟ୍ରାନ୍ସଫରମରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମୂମୂର୍ଷୁ ଅବସ୍ଥାରେ ଶ୍ରୀ ଦ୍ୱାରକାମୟୀ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗତକାଲି ହଠାତ୍‌ ଇଟାଭାଟି ମାଲିକ କିଛି ଗୁଣ୍ଡା ଆଣି ଡାକ୍ତରଖାନାରୁ କୁଆଡ଼େ ନେଇଯାଇଥିଲା । ଠିକ କିଛି ସମୟ ପୂର୍ବରୁ ଜଣକ ଫୋନ ମାଧ୍ୟମରେ ଲକ୍ଷ୍ମଣଙ୍କ ସ୍ତ୍ରୀ ହେମକାନ୍ତି ତାଙ୍କ ଶାଶୁଙ୍କୁ କାନ୍ଦି କାନ୍ଦି ପୋଲିସ ପଠେଇବା ପାଇଁ ଅନୁରୋଧ କରିଥିଲେ । ଦୀପା ଉକ୍ତ କଥା ଶୁଣିବା ପରେ ଟ୍ୱିଟର ମାଧ୍ୟମରେ ତେଲେଙ୍ଗାନା ରାଜ୍ୟର ପ୍ରମୁଖ ନେତା କେଟିଆର୍‌ଙ୍କୁ ଜର୍ଣାଇଥିଲେ । ଏହାପରେ ତେଲେଙ୍ଗାନା ରାଜ୍ୟ ପୋଲିସ ଓ ପେଦାପଲ୍ଲୀ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଭୟ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ଆଉ ଜଣେ ସ୍ୱେଚ୍ଛାସେବୀ ଦିବସ କୁମାର ସାହୁ ପେଦାପଲ୍ଲୀ ଶ୍ରମ ବିଭାଗ ଅଧିକାରୀ ତଥା ପୋଲିସ ସହ ଦିନରାତି ଯୋଗାଯୋଗରେ ଥିଲେ । ଆଜି ୧୨.୩୦ ମିନିଟରେ ଟ୍ରେନ ଯୋଗେ ତାଙ୍କୁ ଓଡ଼ିଶା ପଠେଇବା ବନ୍ଦୋବସ୍ତ କରିଥିବା ଜଣାପଡ଼ିଛି । ଉଦ୍ଧାର ହେବା ଘଟଣା ଜାଣିବା ପରେ ଲକ୍ଷ୍ମଣଙ୍କ ମାଆ ଭାବବିହ୍ୱଳ ହୋଇ ଟ୍ୱିଟର ଗାର୍ଲ ଦୀପା ବାରିକ, ତେଲେଙ୍ଗାନା ରାଜ୍ୟ ସରକାର ତଥା ଓଡିଶା ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ତେଲେଙ୍ଗାନା ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ଅତ୍ୟାଚାର ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି ଏବଂ ଅନେକ ପ୍ରବାସୀ ଶ୍ରମିକ ମାନେ ସେଠାରେ ନିଖୋଜ ହେଉଥିବା ନଜିର ରହିଛି । ଟ୍ୱିଟର ଗାର୍ଲ ଦୀପାଙ୍କ ଏହି ପ୍ରୟାସକୁ ଲୋକେ ଭୁୟସୀ ପ୍ରଶଂସା କରିଛନ୍ତି ।

jittmm
Leave A Reply

Your email address will not be published.