csstore

ଉଦ୍‌ଯାପିତ ହେଲା ତୃତୀୟ ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

କେସିଙ୍ଗା, (କେପିଏନ୍‌ଏସ୍‌) : କେସିଙ୍ଗା ବ୍ଲକର ବନ୍ଦପଡା ଠାରେ ଚାଳିଥିବା ତୃତୀୟ ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି । ୧୨ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚ୍ ତୁଲାପଡା ଓ ଚିଚର୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ ୧-୦ ଗୋଲରେ ଚିଚର୍ଲା ବିଜୟ ହାସଲ କରିଥିଲା । ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଯୁବ ସଂଗଠକ ତଥା ବରିଷ୍ଠ ନେତା ବିଜେଡ଼ି ଚିତ୍ତରଞ୍ଜନ ମଣ୍ଡଳ(ବାବୁଲି), ସମ୍ମାନିତ ଅତିଥି ଭାବେ ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି (ମୁନା), ଅନ୍ୟତମ ଅତିଥି ଭାବରେ ଇଣ୍ଡିଆନ୍ ବ୍ୟାଙ୍କ ମ୍ୟାନେଜର ସୁଧୀର ମାଝୀ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ଆଶୋକ ହରପାଲ, ଟିକେରାମ ସାହୁ, ଦୁଇ କମେଂଟ୍ରିଟର ସ୍ୱରାଜ କୁମାର ଭୋଇ, ମିଲନ କୁମାର ସାହୁ, ହେମରାଜ ନାଗ, ସିଦ୍ଧିଲାଲ ସାହୁ, ଚକ୍ର ନାଗ, ସୁଧିର, ଜିତେନ, ଜଗଦିଶ, ମଣ୍ଟୁ, ମିଟୁ, ଡିଜନ, କେତନ, ଭିକୁ, ସୁଧୀର ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.