ଆଜିଠାରୁ ରାଜ୍ୟରେ ଆରମ୍ଭ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌

ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ । ଆଜି ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ । ରାଜ୍ୟରେ ସଂକ୍ରମଣ କମୁଛି କିନ୍ତୁ ବିପଦ ଏପର୍ଯ୍ୟନ୍ତ ଟଳିନଥିବାରୁ ରାଜ୍ୟ ସରକାର ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ କରିଛନ୍ତି । ଜୁନ ୧୭ ତାରିଖ ସକାଳ ୫ଟା ଯାଏ ଲକଡାଉନ ବଳବତ୍ତର ରହିବ । ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍‌ ଜାରି ରହିବ । ପୂର୍ବରୁ ଥିବା ଲକଡାଉନ୍‌ କଟକଣା ଏଥର ମଧ୍ୟ ବଳବତ୍ତର ରହିବ। ଆହୁରି କଡାକଡି ହୋଇଛି କଟକଣା । କେବଳ ତିନିଟି ଜିଲ୍ଲା ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ରେ ଲକଡାଉନ୍‌ କଟକଣାରେ କୋହଳ କରିଛନ୍ତି ସରକାର । ଏହି ତିନି ଜିଲ୍ଲାରେ ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସହ ଅନ୍ୟାନ୍ୟ ଦୋକାନ ଖୋଲିବ । କିନ୍ତୁ ମଲ, ପାର୍ଲର ଓ ସାଲୁନ୍‌ ଖୋଲିବ ନାହିଁ ।

Leave A Reply

Your email address will not be published.