pakka

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନା ଜରିଆରେ ବଲାଙ୍ଗିର ଜିଲ୍ଲାର ୧୭୬ ଜଣ ବରିଷ୍ଠ ନାଗରିକଙ୍କ ସିରିଡି ଓ ନାସିକ ତୀର୍ଥ ଯାତ୍ରା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳର ୧୭୬ ଜଣ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନା ୨୦୨୨-୨୩ ଜରିଆରେ ସିରିଡି ଓ ନାସିକ ତୀର୍ଥ ଯାତ୍ରା ନିମନ୍ତେ ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରୁ ବାହାରି ସମ୍ବଲପୁର ଯାଇଛନ୍ତି । ସମ୍ବଲପୁରରୁ ଆସନ୍ତାକାଲି ସ୍ଵତନ୍ତ୍ର ତୀର୍ଥ ଯାତ୍ରୀ ଟ୍ରେନ ଯୋଗେ ସେମାନେ ସିରିଡି ଓ ନାସିକ ନିମନ୍ତେ ଯାତ୍ରା କରିବେ । ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଉତ୍ସବରେ ଏହି ବରିଷ୍ଠ ତୀର୍ଥ ଯାତ୍ରୀଙ୍କୁ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଶୁଭକାମନା ଜଣାଇବା ସହ ଯାତ୍ରାର ମଙ୍ଗଳ କାମନା କରିଥିଲେ । ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟଠାରୁ ରାଜ୍ୟ ସଡକ ପରିବହନ ନିଗମର ଚାରିଗୋଟି ସ୍ଵତନ୍ତ୍ର ବସ ଯୋଗେ ଏହି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ସମ୍ବଲପୁର ଯାତ୍ରା କରିଛନ୍ତି । ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ, ସବୁଜ ପତାକା ଦେଖାଇ ତୀର୍ଥ ଯାତ୍ରୀ ବସର ଯାତ୍ରା ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରବୀନ୍ଦ୍ର କୁମାର ଦଲାଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ରାଜ୍ୟ ହୋଟେଲ ପରିଚାଳନା ଅନୁଷ୍ଠାନ, ବଲାଙ୍ଗିରର ଅଧ୍ୟକ୍ଷ ଡ଼ ସୁରେଶ କୁମାର ଏକନାଥ ପ୍ରମୁଖ ଉପସ୍ଥିତ ଥିଲେ । ବଲାଙ୍ଗିରଠାରୁ ବାହାରିଥିବା ସମସ୍ତ ୧୭୬ ଜଣ ତୀର୍ଥ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ତୀର୍ଥଯାତ୍ରୀଙ୍କୁ ଜିଲ୍ଲା ପ୍ରସାଶନ ପକ୍ଷରୁ ଆବଶ୍ୟକୀୟ ମେଡ଼ିସିନ କିଟ୍‌ ପ୍ରଦାନ କରାଯାଇଛି । ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଭେଷଜ ବିଶେଷଜ୍ଞ ଡା ଶ୍ରୀନିବାସ ସାହୁ ଓ ଡା ଅଶୋକ କୁମାର ମିଶ୍ର ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ତୀର୍ଥଯାତ୍ରୀମାନଙ୍କ ମଧ୍ୟରେ ୯୮ ଜଣ ପୁରୁଷ ବରିଷ୍ଠ ନାଗରିକ ଓ ୭୮ ଜଣ ମହିଳା ବରିଷ୍ଠ ନାଗରିକ ଅଛନ୍ତି । ବଲାଙ୍ଗିର ଜିଲ୍ଲାର ତୀର୍ଥ ଯାତ୍ରୀଙ୍କ ସହ ପାଞ୍ଚ ଜଣ ଏସ୍କର୍ଟ ଅଫିସରଙ୍କୁ ଜିଲ୍ଲା ପ୍ରସାଶନ ପକ୍ଷରୁ ପଠାଯାଇଛି । ସେମାନେ ହେଲେ ଜିଲ୍ଲା କାର୍ଯ୍ୟାଳୟ ରାଜସ୍ୱ ଉପବିଭାଗର ବରିଷ୍ଠ ରାଜସ୍ୱ ସହାୟକ ଦୟାନନ୍ଦ ମହାପାତ୍ର, ଆଗଲପୁର ବ୍ଲକର ସେକ୍ସନ ଅଫିସର ସୁବଳ ଖରସେଲ, ଗୁଡଭେଲା ବ୍ଲକର ପ୍ରୋଗେସିଭ ଆସିଷ୍ଟାଣ୍ଟ ଚିତ୍ତରଞ୍ଜନ ସାହୁ, ବଲାଙ୍ଗିର ବ୍ଲକ ପ୍ରୋଗେସିଭ ଆସିଷ୍ଟାଣ୍ଟ ତରୁଣକାନ୍ତି ପ୍ରଧାନ ଓ ବଲାଙ୍ଗିର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସନକ ମିଶ୍ର । ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଆସନ୍ତାକାଲି ସମ୍ବଲପୁରରୁ ବାହାରି ସିରିଡି ଓ ନାସିକ ତୀର୍ଥ ଯାତ୍ରା ସମାପ୍ତ କରି ୨୧ ତାରିଖରେ ବଲାଙ୍ଗିର ଫେରିବେ । ଏହି ତୀର୍ଥ ଯାତ୍ରାର ସୁଯୋଗ ପାଇଥିବାରୁ ସମସ୍ତ ତୀର୍ଥ ଯାତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

20 − four =