pakka

ସଇଁନ୍ତଲା ବ୍ଳକରେ ୧୫ରୁ ୧୮ ବର୍ଷର ୮୫୫ ଜଣ ପିଲାଙ୍କୁ ଦିଆଗଲା ଟୀକା

kalikesh

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଗତ ଚାରି ଦିନ ହେଲାଣି ରାଜ୍ୟରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ ଟୀକାକରଣ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ଡାକ୍ତରଖାନାରେ ୮୫୫ ଜଣ ୧୫ରୁ ୧୮ ବର୍ଷ ବୟସର କଲେଜ, ହାଇସ୍କୁଲର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଲାଇନରେ ଛିଡ଼ା ହୋଇ କୋଭାସ୍କିନ ଟୀକା ନେଇଥିଲେ । ଏଥିସହିତ ୧୫ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଟୀକାକରଣ ଆରମ୍ଭ କରାଯାଇଥିବାରୁ ପିଲାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଅନ୍ୟପକ୍ଷରେ ଜିଲ୍ଲାରେ ସଇଁନ୍ତଲା ବ୍ଳକ ଟୀକା ନେବାରେ ପ୍ରଥମ ସ୍ଥାନ ଥିବା ବେଳେ ଛାତ୍ରଛାତ୍ରୀମାନେ ଟୀକା ନେବାରେ ଉତ୍ସାହିତ ହେଉଥିବା ନେଇ ପିଏଚ୍‌ଓ ମୀନା ତ୍ରିପାଠୀ ସୂଚନା ଦେଇଛନ୍ତି ।

pp
Leave A Reply

Your email address will not be published.

2 × four =