pakka

ନିର୍ବାଚନକୁ ନେଇ ଦହ୍ୟାରେ ଗୁଳିକାଣ୍ଡ ଘଟଣା : ପୋଲିସର ଏକପାଖିଆ କାର୍ଯ୍ୟାନୁଷ୍ଟାନ ପ୍ରତିବାଦରେ ମନମୁଣ୍ଡା ଥାନା ଘେରାଓ

bbehera

ବୌଦ୍ଧ, (ମମତା ମହାକୁର) : ପୋଲିସର ଏକପାଖିଆ କାର୍ଯ୍ୟାନୁଷ୍ଟାନକୁ ପ୍ରତିବାଦ କରି ଥାନା ଘେରିଲେ ଶତାଧିକ ମହିଳା । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ଥାନାରେ । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ନେଇ ଗତ ୨୮ ତାରିଖରେ ବୌଦ୍ଧ ଜିଲ୍ଲା ରକ୍ସା ପଂଚାୟତର ଦହ୍ୟା ଛକରେ ଉଭୟ ବିଜୟୀ ଓ ପରାଜିତ ସରପଂଚ ପ୍ରାର୍ଥୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଉଗ୍ରରୁପ ନେବା ସହ ଗୁଳିକାଣ୍ଡ ମଧ୍ୟ ଘଟିଥିଲା । ଘଟଣାରେ ଉଭୟ ପକ୍ଷର ୬ ଜଣ ଆହତ ହୋଇଥିଲେ । ଏନେଇ ଉଭୟ ପକ୍ଷରୁ ମନମୁଣ୍ଡା ଥାନାରେ ମାମଲା ଦାୟର ହୋଇଥିଲା । କିନ୍ତୁ ମନମୁଣ୍ଡା ପୋଲିସ ଏକପାଖିଆ ଭାବେ କେବଳ ବିଜୟୀ ସରପଂଚଙ୍କ ସମର୍ଥକଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ପକ୍ଷର ଲୋକଂକୁ ଗିରଫ କରିନଥିବା ଅଭିଯୋଗ ହୋଇଛି । ଆଜି ଏଭଳି କିଛି ଅଭିଯୋଗ ନେଇ ରକ୍ସା ପଂଚାୟତର ବିଭିନ୍ନ ଗାଁର ମହିଳା ମନମୁଣ୍ଡା ଥାନାକୁ ଦୀର୍ଘ ସମୟଧରି ଘେରାଓ କରିଥିଲେ । ପରେ ପୋଲିସ ପକ୍ଷରୁ ମହିଳାଙ୍କୁ ବୁଝାସୁଝା ସହ ନିରପେକ୍ଷ ଭାବେ କାର୍ଯ୍ୟାନୁଷ୍ଟାନ ନିଆଯିବାର ପ୍ରତିଶୃତି ପରେ ମହିଳାଙ୍କ ଆନ୍ଦୋଳନ ହଟିଥିଲା । ଅପରପକ୍ଷରେ ଏନେଇ ମନମୁଣ୍ଡା ପୋଲିସ କେମେରା ସମ୍ମୁଖରେ କୌଣସି ମତାମତ ଦେବାକୁ ମନା କରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

seven − 1 =

error: Content is protected !!