om academy

ଅର୍ଥତତ୍ତ୍ଵ ଚିଟଫଣ୍ଡ ଠକେଇ ମାମଲା : ମୁଖ୍ୟ ମାମଲା ଛତ୍ରପୁର ଏସଡ଼ିଜେଏମ୍‌ଙ୍କ କୋର୍ଟରୁ ବ୍ରହ୍ମପୁର ସିଜେଏମ୍‌ କୋର୍ଟକୁ ସ୍ଥାନାନ୍ତର

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସର୍ବଶେଷରେ ସମସ୍ତ ଆଲୋଚନା ଓ ପର୍ଯ୍ୟାଲୋଚନାର ପରିସମାପ୍ତି ଘଟିଛି । ଏହି କ୍ରମରେ ଆଜି ଛତ୍ରପୁର ଏସଡ଼ିଜେଏମ୍ କୋର୍ଟରେ ଅର୍ଥତତ୍ତ୍ଵ ଚିଟଫଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀ ଓ ସହ ଅଭିଯୁକ୍ତ କୃଷ୍ଣ ପାଢ଼ୀଙ୍କ ଉପସ୍ଥିତିରେ ଉକ୍ତ ଚିଟଫଣ୍ଡ ମାମଲାର ଶୁଣାଣି କରି ଏସଡ଼ିଜେଏମ୍ ମତପ୍ରକାଶ କରିଥିଲେ ଯେ, ଉକ୍ତ ମାମଲାଟି ଭାରତୀୟ ପିଙ୍ଗଳ କୋଡ଼ର ଧାରା ୪୨୦, ୪୬୮,୪୭୧, ୧୨୦ବି ତଥା ପ୍ରାଇଜ ଚିଟସ ଆଣ୍ଡ ମନୀ ସରକୁଲେସନ ସ୍କିମସ (ବ୍ୟାନିଂ) ଆକ୍ଟ, ୧୯୭୮ର ଧାରା ୪,୫,୬ ରେ ପଞ୍ଜିକୃତ ହୋଇଛି ଯାହାକି ଉପର କୋର୍ଟର କ୍ଷେତ୍ରାଧିକାର କ୍ଷମତା ପରିସର ଭୁକ୍ତ । ତେଣୁ ଉକ୍ତ ମାମଲାଟିର ଛତ୍ରପୁର କୋର୍ଟରେ ବିଚାର କରାଯାଇପାରିବ ନାହିଁ। ତେଣୁ ଆଇନ ଅନୁଯାୟୀ ଏହି ମାମଲାକୁ ଉପର ଅଦାଲତାକୁ ସ୍ଥାନାନ୍ତର କରିବାକୁ ହେବ ।

ସୂଚନାଯୋଗ୍ୟ ଯେ, ଛତ୍ରପୁରରେ ଏଟି ଚିଟଫଣ୍ଡ ସଂସ୍ଥାର ଏକ ଅସ୍ଥାୟୀ କାର୍ଯ୍ୟାଳୟ ଥିଲା । ସେଠାରେ କଣମଣା ଗ୍ରାମର ଦେବରାଜ ସାହୁ ୨୦୧୦ ମସିହା ଡ଼ିସେମ୍ବର ୧ ତାରିଖରେ ଏକଲକ୍ଷ ଟଙ୍କା ଜମା କରିଥିଲେ । ପରେ ଏହି ସଂସ୍ଥା ବନ୍ଦ ହେବା ସହ ରାତାରାତି ଜମାଟଙ୍କା ହଡ଼ପ କରିଥିବାର ଅଭିଯୋଗ ଛତ୍ରପୁର ଥାନାରେ କେସ ନମ୍ବର ୬୮/୨୦୧୩ ରେ ମେ ୧୦, ୨୦୧୩ ରେ ପଞ୍ଜିକୃତ ହୋଇଥିଲା ଓ ଜିଆର ୧୩୫/୧୩ ରେ ଛତ୍ରପୁର କୋର୍ଟରେ ମାମଲା ବିଚରାଧୀନ ରହିଥିଲା । ବିଗତବର୍ଷରେ ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠିଙ୍କ ସହ ଅନ୍ୟ ଅଭିଯୁକ୍ତମାନଙ୍କ ତରଫରୁ ଜାମିନ ଆବେଦନ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟ ତଥା ଏ.ଡି.ଜେ. କୋର୍ଟରେ ଖାରଜ ହୋଇଥିଲା । ଏହା ବିରୁଦ୍ଧରେ ସେମାନେ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ ଓ ପରବର୍ତ୍ତୀ ସମୟରେ ସେମାନଙ୍କୁ କଠୋର ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା । ଆଜି ଏହି ମାମଲା ଉପର କୋର୍ଟକୁ ସ୍ଥାନାନ୍ତର ହେବା ଫଳରେ ଏବେ ମାମଲା ସିଜେଏମ୍‌, ବ୍ରହ୍ମପୁରଙ୍କ କୋର୍ଟରେ ବିଚାର ହେବ ବୋଲି କ୍ୟାଡ଼ର ଏ.ପି.ପି. ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.