ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅଧିନସ୍ଥ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ପ୍ରଶିକ୍ଷଣ ଶିବିର ଅଧ୍ୟକ୍ଷ ସୁଦାମ ଚରଣ ଖମାରୀଙ୍କ ଦ୍ୱାରା ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ରାଜନୀତି ବିଜ୍ଞାନର ଅଧ୍ୟାପିକା ପଦ୍ମାଳୟା ତ୍ରିପାଠୀ ଆତ୍ମସୁରକ୍ଷା ତାଲିମ ସଂପର୍କରେ ଆଲୋକପାତ କରିଥିବା ବେଳେ ଅଧ୍ୟକ୍ଷ ତା.୩୦.୦୧.୨୦୨୪ରୁ ତା.୦୬.୦୨.୨୦୨୪ ରିଖ ପର୍ଯ୍ୟନ୍ତ ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିରରେ ୬୭ ଜଣ ଭାଗ ନେଇଥିବା ଶିକ୍ଷାର୍ଥୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବେ ସୁଶ୍ରୀ ସ୍ୱର୍ଣ୍ଣପ୍ରଭା ମେହେର ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କ୍ରୀଡା ଶିକ୍ଷକ ପ୍ରେମାନନ୍ଦ ବିଶି ସଭା ସଂଯୋଜନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଡ. ଦୈତାରି ପୁଜାରୀ, ଅଧ୍ୟାପକ ଡ. ଧନଞ୍ଜୟ ସେଠ, ଅଧ୍ୟାପକ ଡ. ପବିତ୍ର ଦଣ୍ଡସେନା, ଅଧ୍ୟାପକ ରାଧାକାନ୍ତ ସାହୁ, ଗ୍ରନ୍ଥାଗାରିକ ଦୁର୍ବାଦଳ ମିଶ୍ର, ଦିଗାମ୍ବର ପାଣ୍ଡେ, ଦୁଃଖିଶ୍ୟାମ ବାଘ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

1 × five =