pakka

ବିଦ୍ୟାଳୟ ପରିଚାଳନା କମିଟିର ତାଲିମ ଶିବିର ଉଦ୍‌ଯାପିତ

kalikesh

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକରେ ୩ ଦିନ ଧରି ଚାଲିଥିବା ବିଦ୍ୟାଳୟ ପରିଚାଳନା କମିଟିର ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି । ଏହି ଅବସରରେ ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଅଲତାଫ ମହମ୍ମଦ, ସମ୍ମାନିତ ଅତିଥି ଭାବେ ପ୍ରଫୁଲ୍ଲ ପାଣିଗ୍ରାହୀ, ପ୍ରେମାନନ୍ଦ ବାରିକ, ମହାଦେବ ବେହେରା, ନାନକୀ ସାହୁ, ପୁନିତରାମ ସୋନି ଯୋଗଦାନ କରିଥିଲେ । ତାଲିମଦାତା ଭାବେ ସୁଶାନ୍ତ କୁମାର ସାହୁ, କମଳାକାନ୍ତ ସାହୁ ଯୋଗଦେଇ ଥିବାବେଳେ ପାଞ୍ଚଟି ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ସଦସ୍ୟା ଯୋଗଦେଇ ତାଲିମ ନେଇଥିଲେ । ଏଥିରେ ପଞ୍ଚାୟତ ସ୍ତରୀୟ ଶିକ୍ଷା କମିଟି, ବିଦ୍ୟାଳୟ ସ୍ତରୀୟ କମିଟି, ଶିଶୁ ଅଧିକାର ଓ ଶିକ୍ଷା ଅଧିକାର ଆଇନ ତଥା ବର୍ତ୍ତମାନ ଚାଲୁଥିବା କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିଲା । ସେହିପରି ଜର୍ଜଗଡ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ତପସ୍ୱିନୀ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ତିନିଗୋଟି ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ ଯୋଗଦାନ କରି ତାଲିମ ନେଇଥିଲେ । ସୁରେଶ ଚନ୍ଦ୍ର ସାହୁ ଓ ଦେବେନ୍ଦ୍ର ନାଥ ସାହୁ ତାଲିମଦାତା ଭାବେ ଯୋଗଦାନ କରିଥିଲେ । ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡାମଣି ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ ହୋଇଯାଇଛି ।

pp
Leave A Reply

Your email address will not be published.

9 − six =