ଯାଦବ ଭବନଠାରେ ଯୁବକମାନଙ୍କ ସୁସ୍ଥତା, ସକରାତ୍ମକ ଜୀବନଶୈଳୀ ଏବଂ ଫିଟ୍‌ ଇଣ୍ଡିଆର ତାଲିମ ଶିବିର ଅନୁଷ୍ଠିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଯାଦବ ଭବନଠାରେ ନେହେରୁ ଯୁବ କେନ୍ଦ୍ର ଏବଂ ସ୍ମାଇଲ ଫର୍‌ ଅଲ୍‌ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଯୁବକମାନଙ୍କ ସୁସ୍ଥତା, ସକରାତ୍ମକ ଜୀବନଶୈଳୀ ଏବଂ ଫିଟ୍‌ ଇଣ୍ଡିଆର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରସରାଜ ଅଚ୍ୟୁତ ପୁରୋହିତ, ସମ୍ମାନିତ ଅତିଥି ଭାବେ ଉଦ୍ୟୋଗପତି ଅଶୋକ ମେହେର, ଗାୟତ୍ରୀ କଲେଜର ହିମାନୀ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିବା ବେଳେ ନେହେରୁ ଯୁବ କେନ୍ଦ୍ରର ଏଭି ନରସିଂହା କୁମାର, ବିପିନ ଜେନା, ସ୍ମାଇଲ ଫର୍‌ ଅଲ୍‌ ଫାଉଣ୍ଡେସନର ସଞ୍ଜିବ କୁମାର ସାହୁ, ଆଇସିଟିସି କାଉନସିଲର୍‌ ସଂଗ୍ରାମ ରଣା ପ୍ରମୁଖ ମଂଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ଜଣ ଯୁବକ ଭାଗ ନେଇଥିବା ବେଳେ ନେହେରୁ ଯୁବ କେନ୍ଦ୍ରର ବଲିଆର ସିଂ ବସ୍ତିଆଙ୍କ ସହ ସ୍ମାଇଲ ଫର୍‌ ଅଲ୍‌ର ସୁଜାତା ଚନ୍ଦନ, ରବି ଚାନ୍ଦ, ରାଣା ବଗର୍ତ୍ତୀ, ଅମିୟ ସେଠ୍‌, ସୌଭାଗ୍ୟ ବେହେରା, ସିବୁ ବଗର୍ତ୍ତୀ, ରଂଜୁ ନାଏକ, ବଣ୍ଟି ବିଶ୍ୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.