pakka

ଆମେରିକା ପାକିସ୍ତାନକୁ ଲାଲ ତାଲିକାରେ ରଖି ଭାରତ ଉପରେ ନରମତା ଦେଖାଇଲା

bbehera

ୱାଶିଂଟନ୍‌ : ଧାର୍ମିକ ସ୍ୱାଧୀନତାକୁ ଉଲ୍ଲଂଘନ କରୁଥିବା ଦେଶମାନଙ୍କ ପାଇଁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଗତ ବୁଧବାର ଦିନ ‘କନ୍‌ଟ୍ରି ଅଫ୍‌ ପାର୍‌ଟିକୁଲାର୍‌ କନ୍‌ସର୍ନ’ର ଏକ ତାଲିକା ପ୍ରକାଶ କରିଛନ୍ତି । ଧାର୍ମିକ ସ୍ୱାଧୀନତାର ମୂଲ୍ୟାଙ୍କନ କରୁଥିବା ଆମେରିକୀୟ ପ୍ୟାନେଲ୍, ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଉପରେ ଆମେରିକାର କମିଶନ ଏହି ତାଲିକାରେ ଭାରତର ନାମ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଥିବା ବେଳେ ଏହା ସତ୍ତ୍ୱେ ବାଇଡେନ୍ ପ୍ରଶାସନ ଏହି ତାଲିକାରେ ଭାରତର ନାମକୁ ଅନ୍ତର୍ଭୁକ୍ତ କରିନାହିିଁ ପାକିସ୍ତାନ, ଚୀନ୍, ତାଲିବାନ, ଇରାନ, ରୁଷ୍‌, ସାଉଦି ଆରବ, ଇରିଟ୍ରିଆ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ବର୍ମା ସମେତ ୧୦ ଟି ଦେଶ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି ।

ପ୍ରତିବର୍ଷ ଆମେରିକା ଦେଶ ଏବଂ ସଂଗଠନର ଏକ ତାଲିକା ପ୍ରକାଶ କରେ, ଯାହା ଆମେରିକାର ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଆଇନର ମାନଦଣ୍ଡ ପୂରଣ କରେ ନାହିଁ । ଏଥିସହ ଆମେରିକା ଆଲଜେରିଆ, କୋମୋରୋସ୍, କ୍ୟୁବା ଏବଂ ନିକାରାଗୁଆକୁ ଏକ ସ୍ୱତନ୍ତ୍ର ୱାଚ୍ ତାଲିକାରେ ସ୍ଥାନିତ କରିଛି, ଯାହା ଧାର୍ମିକ ସ୍ୱାଧୀନତାର ଗୁରୁତର ଉଲ୍ଲଂଘନ ସହିତ ଜଡିତ ଅଛି ।

jay balangir
Leave A Reply

Your email address will not be published.

five − four =