pr

ଧାନକିଣା ସମସ୍ୟା ନେଇ ସରକାରୀ ବାବୁମାନଙ୍କୁ ତାଲା ପକାଇଲେ ଚାଷୀ

dr. purohit

ପୁଇଁନ୍ତଲା, (ଶ‌ମ୍ଭୁନାଥ ସାହୁ) : ଆଜି ପୁଇଁନ୍ତଲା ବ୍ଲକ ଛତାପିପଲ ମଣ୍ଡି ଆଗରେ ଚାଷୀମାନେ ମଣ୍ଡିରୁ ଧାନ ନଉଠୁଥିବାରୁ ଧାରଣାରେ ବସିଥିଲେ । ତେବେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ଚାଷୀଙ୍କ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ବଲାଙ୍ଗିର ସମବାୟ ସମିତିର ଉପନିବନ୍ଧକ ଦାୟିତ୍ୱରେ ଥିବା ଅଧିକାରୀ ରବୀନ୍ଦ୍ର ପଣ୍ଡା, ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ଶରତ ରାଉତ, ପୁଇଁନ୍ତଲା ତହସିଲଦାର ରୋହିତ ଭୋଇ ଓ ଛତାପିପଲ ପେକ୍ସ ସମ୍ପାଦକ ଆନ୍ଦୋଳନକାରୀଙ୍କୁ ବୁଝାଇବା ପାଇଁ ପହଞ୍ଚିଥିଲେ । କିନ୍ତୁ ନିଜ ଜିଦ୍‌ରେ ଅଟଳ ରହିଥିଲେ ଚାଷୀମାନେ ଏବଂ ଧାନ ଉଠାଇବାକୁ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ । ତେବେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁ‌କ୍ତିତର୍କ ଆର‌ମ୍ଭ ହୋଇଥିଲା । କିଛି ସମୟ ଯିବାପରେ ଚାଷୀମାନେ ବୁଝାଇବା ପାଇଁ ଆସିଥିବା ସମସ୍ତ ଅଫିସରସର ମାନଙ୍କୁ ପେକ୍ସ ଅଫିସରେ ପୂରାଇ ତାଲା ପକାଇ ଦେଇଥିଲେ। ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅଫିସରମାନେ ବନ୍ଦୀ ହୋଇ ରହିଥିବା ଖବର ଜଣାପଡିଛି । ତେବେ ମାସ ମାସ ଧରି ମଣ୍ଡିରେ ଧାନ ପଡ଼ିରହୁଛି। ସେଥିପାଇଁ ବହୁଦିନରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା, ଯାହାର ଫଳସ୍ୱରୁପ ଚାଷୀମାନେ ସରକାରୀ ବାବୁମାନଙ୍କୁ ତାଲା ପକାଇ ଦେଇଥିଲେ ବୋଲି ସୂଚନା ମିଳିଛି ।

nrusinghnath
Leave A Reply

Your email address will not be published.