csstore

ତହଁକ୍ କୁଟୁମ୍କୁ ମିଳିଲା ଭାଷା ରଥି ସମ୍ମାନ

ବରଗଡ, (କେପିଏନ୍‌ଏସ୍‌) : ବରଗଡ ଜିଲ୍ଲାର ପ୍ରମୁଖ ଅନୁଷ୍ଠାନ କଲାଦହନା ପକ୍ଷରୁ ତୃତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ନରେନ୍ଦ୍ର କୁମାର ହୋତା ଯୋଗଦେଇଥିବା ବେଳେ ସମ୍ପାଦକ ଦିନେଶ ଭୋଇ, ସମ୍ମାନିତ ଅତିଥି ବିକ୍ରମ ସାହୁ, ଡକ୍ଟର ନିରଞ୍ଜନ ପଣ୍ଡା, ଡକ୍ଟର ତନ୍ମୟୀ ଅଗସ୍ତି ମଞ୍ଚାସୀନ ଥିଲେ । ଓଡିଶାର କୋଶଲି ଭାଷାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ତହଁକ୍ କୁଟୁମ୍ କୋଶଲୀ ଭାଷା ସାହିତ୍ୟ ଏବଂ ସଂସ୍କୃତି କ୍ଷେତ୍ରରେ ଦୀର୍ଘ ଦଶ ବର୍ଷ ହେବ କାମ କରିଆସୁଛି ଏବଂ ବିଭିନ୍ନ ପ୍ରକାରର ସାହିତ୍ୟ କାର୍ଯ୍ୟକ୍ରମ କରିଆସୁଛି । କୋଶଲି ପ୍ରତି ସବୁବେଳେ ସମର୍ପିତ ହୋଇ କାମ କରି ଆସୁଥିବାରୁ କଲାଦହନା ପରିବାର ପକ୍ଷରୁ ଭାଷା ରଥି ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ବର୍ଣ୍ଣାଢ୍ୟ ଉତ୍ସବରେ ତହଁକ୍‌ର ସମ୍ପାଦକ ରାଜେଶ ଦଣ୍ଡସେନା, ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ, ମୁଖ୍ୟ ପ୍ରଭାରୀ ଶ୍ରିୟାକାନ୍ତ ଦାଶ, ଯୁବ ବିଭାଗ ମୂଖ୍ୟ ଭରତ ମେହେର ଏବଂ ସାଂସ୍କୃତିକ ବିଭାଗ ମୂଖ୍ୟ ମିଲନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏହି ସମ୍ମାନ ଗ୍ରହଣ କରିଥିଲେ । ଏହି ସମ୍ମାନ ପାଇବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

jayashree
Leave A Reply

Your email address will not be published.