pakka

ଗୁଡ଼ଭେଲାଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସ୍ବେଛାସେବୀ ସଙ୍ଗଠନ ତରଫରୁ ବଲାଙ୍ଗିର ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ଗୁଡ଼ଭେଲାଠାରେ ଅସହାୟ ନିଷ୍ପେସିତମାନଙ୍କୁ ସୁବିଧାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଯୋଗାଇ ଦେବାରେ ସହାୟକ ହୋଇଛି ବଲାଙ୍ଗିର ସ୍ବେଛାସେବୀ ସଂଗଠନ । ଏହି ମାଗଣା ସ୍ୱାସ୍ଥ୍ୟ ଶିବିରକୁ ବରିଷ୍ଠ ନାଗରିକ ରାମ ନିବାସ ଅଗ୍ରୱାଲ ଓ ସରତ ନାଗ ଉଦ୍‌ଘାଟନ କରିଥିଲେ । ଆଜି ଗୁଡ଼ଭେଲା କଲ୍ୟାଣ ମଣ୍ଡପଠାରେ ବଲାଙ୍ଗିର ସ୍ବେଛାସେବୀ ସଂଗଠନ ଏବଂ ବରଗଡ଼ ବିକାଶ ହସ୍ପିଟାଲର ମିଳିତ ଉଦ୍ୟମରେ ମାଗଣା ସ୍ୱାସ୍ଥ୍ୟ ଶିବିରରେ ହଜାର ହଜାର ଲୋକ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ମାଗଣାରେ ଔଷଧ ପାଇପାରିଛନ୍ତି । ଏହି ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଦନ୍ତ ରୋଗ ବିଶେଷଜ୍ଞ, ଛାତି ଫୁସ୍‌ଫୁସ୍‌ ରୋଗ ବିଶେଷଜ୍ଞ, କର୍ଣ୍ଣ, ନଶା, ଗଳା ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ, ଚର୍ମରୋଗ, ଭେଷଜ ବିଶେଷଜ୍ଞ ଯୋଗଦାନ କରି ସମସ୍ତ ପ୍ରକାର ରୋଗ ପରୀକ୍ଷା କରିଥିଲେ । ଆଗକୁ ଆହୁରି ଏମିତି ଅସହାୟଙ୍କ ପାଇଁ ଅନେକ ପ୍ରକାର ମାଗଣାରେ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଅଣ୍ଟା ଭିଡ଼ିଛି ଏହି ବଲାଙ୍ଗିର ସ୍ବେଛାସେବୀ ସଂଗଠନ । ଏଥିରେ ବଲାଙ୍ଗିର ସ୍ବେଛାସେବୀ ସଂଗଠନର ସଦସ୍ୟ ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଶଥପଥୀ, ଲିଙ୍କନ ସେଠ, ସହଦେବ ନାଗ, ନିତ୍ୟାନନ୍ଦ ଷଡଙ୍ଗୀ, କବିର ବସ୍ତିଆ, ଦେବରାଜ ନାଗ, ଦେବରାଜ ମହାନନ୍ଦ, ଜଗଦୀଶ ସାହୁ, ମୁନେସ କର୍ମୀ, ଜିତୁ ସାହୁ, ବିବେକ କୁମ୍ଭାର, ତାରଜନ ବାରିକ, ଧନୀ ସାହୁ, ପ୍ରଶାନ୍ତ ମିଶ୍ର, ଟୁଲୁ ସାହୁ, ରାଜେଶ ସାହୁ, ରବିନ୍ଦ୍ର ପଧାନ, ଉପସ୍ଥିତ ଥିଲେ ଗୁଡ଼ଭେଲାର ମାରବାଡି ମହିଳା ମଞ୍ଚର ସଦସ୍ୟ ସମସ୍ତ ରୋଗୀଙ୍କୁ ବିସ୍କୁଟ ବଣ୍ଟନ କରିଥିଲେ ଓ ତୁଷୁରା ଏକ୍ସନ କମିଟି, ସ୍ଵାଭିମାନ ପରିବାର, ବଜରଙ୍ଗ ଲାଲ ଅଗ୍ରୱାଲ ଓ ପ୍ରକାଶ ପଧାନ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.

five + 1 =