csstore

ପ୍ରତି ଗାଁରେ ମାହେଶ୍ଵରୀର ସ୍ୱଚ୍ଛତା ସେବା

ବଲାଙ୍ଗିର, (କେପିଏନ୍‌ଏସ୍‌) : “ସ୍ୱଚ୍ଛତା ମୂଳ ମନ୍ତ୍ର, ଆମ ଗାଁର ସ୍ୱଚ୍ଛତା ଆମ ଦାୟିତ୍ଵ” ଏହାକୁ ପାଥେୟ କରି ମାହେଶ୍ୱରୀ ତାର ସେବା କାର୍ଯ୍ୟ ଜାରି ରଖିଛି ଏହି କ୍ରମରେ ଗତକାଲି ପୁଇଁତଲା ବ୍ଲକ ଅନ୍ତର୍ଗତ ମଙ୍ଗଳାମୁଣ୍ଡା ଗ୍ରାମରେ ଏକ ସଚେତନତା ଧର୍ମୀ ସଫେଇ କାର୍ଯ୍ୟ ଗ୍ରାମବାସୀଙ୍କ ସହଯୋଗରେ କରାଯାଇଛି । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ମାହେଶ୍ଵରୀ ସଙ୍ଗଠନ ବହଲପଦର୍ ପଞ୍ଚାୟତର ସଂଯୋଜକ ଅଙ୍ଗଦ ପଧାନ, ମହିଳା ଶାଖା ସଂଯୋଜିକା ରିତା ସାହୁ, ତରଙ୍ଗିନୀ ପଧାନ, ଘରଯୁଗି ପଧାନ, ରାଜେଶ ପଧାନ ଏବଂ ଗ୍ରାମର ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ସହୋଯ୍ୟ କରିଥିଲେ । ଏନେଇ ମାହେଶ୍ଵରୀ ସଙ୍ଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.