csstore

ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଚଳିତ ବର୍ଷ ଅକ୍ଟୋବର ୧ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସାରା ଦେଶରେ ପାଳନ କରାଯାଉଥିବା ବେଳେ ଆଜି ନେହେରୁ ଯୁବ କେନ୍ଦ୍ର ସଂଗଠନ ବରଗଡ଼ର ସ୍ୱେଚ୍ଛାସେବୀ ରତିକାନ୍ତ ପଧାନ, ଦିଲେଶ୍ଵର ନାୟକ ଓ ଚୂଡ଼ାମଣି ସାହୁଙ୍କ ନେତୃତ୍ୱରେ ଗାଇସିଲେଟ ବ୍ଲକ ଜଗଲପାଟ ଗ୍ରାମପଞ୍ଚାୟତର ଅଇଁଲାବାହାଲ, ବଡ଼ସାହାଯବାହାଲ ଏବଂ ଟେଗ୍ନାପାଲି ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅଇଁଲାବାହାଲର ଭାନୁମତୀ ଭୋଇଙ୍କ ସହଯୋଗରେ ଜଗଲପାଟ ଜିପିଏଲ୍‌ଏଫ୍‌ର ହାରାହାରି ୪୦ ଟି ସ୍ଵୟଂ ସହାୟକ ଗୋଷ୍ଠୀର ୨୦୦ରୁ ଅଧିକ ସଭ୍ୟା ମିଶି ଜଗଲପାଟ ଗ୍ରାମଞ୍ଚାୟତର ବିଭିନ୍ନ ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ କରିବା ସହିତ ବିଭିନ୍ନ ସ୍ଥାନରେ ସଫେଇ କରିଥିବା ସହ ସଚେତନତା ସ୍ଲୋଗାନ ଦେବା ସହିତ ସବୁ ଗ୍ରାମରେ ପଦଯାତ୍ରା କରିଛନ୍ତି । ସମସ୍ତ ନାଗରିକଙ୍କୁ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ଆମ ଦେଶକୁ ସ୍ୱଚ୍ଛ ରଖିବା ପାଇଁ ଅନୁରୋଧ କରିଛନ୍ତି ।

jayashree
Leave A Reply

Your email address will not be published.