ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୪୧୦୧ ଜଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୪୧୦୧ ଜଣ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ ଖୋର୍ଦ୍ଧାରୁ ୭୮୨, କଟକରୁ ୫୫୦, ପୁରୀରୁ ୨୯୮, ବଲାଙ୍ଗିରରୁ ୧୯୩, ଯାଜପୁରରୁ ୧୬୯, କେନ୍ଦ୍ରାପଡ଼ାରୁ ୧୩୨, ସୋନପୁରରୁ ୧୨୧, ଜଗତସିଂହପୁରରୁ ୧୧୫, ନବରଂଗପୁରରୁ ୧୧୫, ନୂଆପଡ଼ାରୁ ୧୧୨, କନ୍ଧମାଳରୁ ୧୦୨, ଗଂଜାମରୁ ୯୮, ବରଗଡ଼ରୁ ୯୪, ରାୟଗଡ଼ାରୁ ୮୯, ବାଲେଶ୍ୱରରୁ ୮୦, ସମ୍ବଲପୁରରୁ ୭୮, ଭଦ୍ରକରୁ ୭୭, କୋରାପୁଟରୁ ୭୫, କଳାହାଣ୍ଡିରୁ ୭୧, ଝାରସୁଗୁଡ଼ାରୁ ୫୯, ଢେଙ୍କାନାଳରୁ ୫୨, ମୟୁରଭଂଜରୁ ୪୯, ନୟାଗଡ଼ରୁ ୪୭, ବୌଦ୍ଧରୁ ୩୮, ମାଲକାନଗିରିରୁ ୩୪, ଗଜପତିରୁ ୨୫, ସୁନ୍ଦରଗଡ଼ରୁ ୨୩, ଅନୁଗୁଳରୁ ୧୬, ଦେବଗଡ଼ରୁ ୧୦ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୩୪ ଜଣ ସୁସ୍ଥ ହୋଇଥିବା କୁହାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୩୭୫୬୭ ଜଣ ସୁସ୍ଥ ହୋଇ ସାରିଛନ୍ତି ।

Leave A Reply

Your email address will not be published.