pr

ଟିପିଡ଼ବ୍ଲ୍ୟୁଓଏଲ୍ ସୁରକ୍ଷା ତାଲିମ ଶିବିର

dr. purohit

ମ.ରାମପୁର, (ହେମନ୍ତ ସାହୁ) : ଟିପିଡ଼ବ୍ଲ୍ୟୁଓଏଲ୍ ନର୍ଲା ବିଦ୍ୟୂତ ଉପଖଣ୍ଡ ମଦନପୁର ସେକ୍ସନ ଠାରେ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଯାଇଛି । ଏହି ଶିବିରରେ ବିଦ୍ୟୁତ ସୁରକ୍ଷା ବିଷୟରେ ଏବଂ ଉଚ୍ଚତାରେ କାମ କରିବା ସମୟରେ କିପରି ସତର୍କତା ଅବଲମ୍ବନ କରାଯିବ ପ୍ରଶିକ୍ଷଣ ଦିଅଯାଇଥିଲା । ଏହା ଦ୍ୱାରା ଜନସାଧାରଣଙ୍କୁ ସୁରକ୍ଷା ଏବଂ ସଚେତନତା ଦେବା ସହିତ ଉନ୍ନତମାନର ସେବା ପ୍ରଦାନ ନିମନ୍ତେ ପ୍ରଶିକ୍ଷଣ ଦିଆଯାଇଛି । ଏହି ଶିବିବରେ ଟିପିଡ଼ବ୍ଲ୍ୟୁଓଏଲ୍ ସୁରକ୍ଷା ଅ଼ଧିକାରୀ ସତ୍ୟବ୍ରତ ବିଶ୍ୱାଳ, ନର୍ଲା ସହକାରୀ ଯନ୍ତ୍ରୀ ଦୀପକ କୁମାର ବେହେରା, ମଦନପୁର ସେକ୍ସନ କନିଷ୍ଠ ଯନ୍ତ୍ରୀ ସୁଜିତ କୁମାର ପୁଟେଲ, ସେଫଟି ମାର୍ଶଲ ସୁଶାନ୍ତ କୁମାର ସାହୁ, ପ୍ରଭାସ ପଣ୍ଡା ପ୍ରମୁଖ ଅଧିକାରୀ ପ୍ରଶିକ୍ଷଣ ଦେଇଥିଲେ ।

nrusinghnath
Leave A Reply

Your email address will not be published.