pakka

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

bbehera

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସମିତି କାର୍ଯ୍ୟାଳୟର ସଭାଗୃହଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଭୀମସେନ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣିରେ ବିଡ଼ିଓ ତାପସ କୁମାର ଭୋଇ, ଏବିଡ଼ିଓ ବଳରାମ ପାତ୍ର, ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ଅବକାରୀ ଉପନୀରିକ୍ଷକ ଆଶୀର୍ବାଦ ବେହେରା, ଉପଖଣ୍ଡସ୍ଥ ସାମାଜିକ ସୁରକ୍ଷା ଅଧିକାରୀ ଏସ୍‌କେ ପାଣିଗ୍ରାହୀ, ଉଠାଜଳସେଚନ ପ୍ରକଳ୍ପର ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଦରଜି, ଏଆର୍‌ସି ଦୀପକ ବାରା, ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ରାଜୀବ କୁମାର ବେହେରା, ଆରଡି ବିଭାଗର କନିଷ୍ଠ ଯନ୍ତ୍ରୀ ଧବଳେଶ୍ୱର ପାତ୍ର, ଏଡିହେଚ୍‌ ରାକେଶ ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ଦୁଃଖର ବିଷୟ କଲ୍ୟାଣସିଂହପୁରରେ ହୋଇଥିବା ଅଭିଯୋଗ ଶୁଣାଣିର ତଥ୍ୟ ସ୍ଥାନୀୟ ସମିତି କାର୍ଯ୍ୟାଳୟରୁ ମିଳୁପାରୁନାହିଁ । ଜିଲ୍ଲାରୁ ତଥ୍ୟ ଆସିଲେ ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି । ଏଥିରେ ସମୁଦାୟ ୬୫ଟି ଅଭିଯୋଗ ମଧ୍ୟରୁ ୫୩ଟି ବ୍ୟକ୍ତିଗତ ଓ ୧୨ଟି ଗୋଷ୍ଠିଭିତ୍ତିକ ଶୁଣାଣି ହୋଇଥିଲା । ଏଥିରେ ପୁଇଗୁଡାର ଶ୍ୟାମଘନ ସୁନାଙ୍କୁ ଟ୍ରାଇସାଇକଲ, ରାଜେଶ ନାଗବଂଶକୁ ଭତ୍ତା ଓ ଗୋରିଆମଣି କରକରିଆଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଛି । ଏଥିରେ ବ୍ଲକର ସମସ୍ତ ଅଧିକାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

two × 4 =

error: Content is protected !!