csstore

ସୁନେତ୍ର ଅଭିଯାନ ମାଧ୍ୟମରେ ମାଗଣା ଚକ୍ଷୁ ଚିକିତ୍ସା ଓ ପରୀକ୍ଷା ଶିବିର ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସହରର ଅନ୍ୟତମ ବିଶିଷ୍ଟ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି) ଶାସ୍ତ୍ରୀ ନଗର ପରିସର ମଧ୍ୟରେ ଏକ ମେଗା ଚକ୍ଷୁ ଚିକିତ୍ସା ତଥା ପରୀକ୍ଷା, ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ସ୍ୱତନ୍ତ୍ର ସୁନେତ୍ର ଅଭିଯାନ ମାଧ୍ୟମରେ ଆୟୋଜନ କରାଯାଇଥିଲା ଯାହା ମାଧ୍ୟମରେ ସହରାଂଚଳ ପରିତ୍ୟକ୍ତ ଅଂଚଳରୁ ଅନେକ ବର୍ଗର ଚକ୍ଷୁ ଆକ୍ରାନ୍ତ ବ୍ୟକ୍ତିଗଣ ଆସି ଏଠି ଚିକିତ୍ସାର ସୁଯୋଗ ନେଇଥିଲେ । ଚିକିତ୍ସା ମଧ୍ୟରେ ଆଖିରୁ ପାଣି ଝରିବା, ଦୂର ଓ ସ୍ୱଳ୍ପ ଦୃଷ୍ଟି, ମଧୁମେହ ଜନିତ ଚକ୍ଷୁ ଦୋଷ, ବକ୍ର ଦୋଷ, ଆଖିଜନିତ ମୁଣ୍ଡ ବ୍ୟଥା, ଆଖି କେଟ୍ରେଟ ଇତ୍ୟାଦିର ବିହିତ ପରୀକ୍ଷା ଓ ଚିକିତ୍ସା ବନ୍ଦୋବସ୍ତ କରାଯାଇଥିଲା । ଉପରୋକ୍ତ ଅଭିଯାନ ମାଧ୍ୟମରେ ପୀଡିତ ରୋଗୀମାନଙ୍କୁ ମାଗଣାରେ ଔଷଧ ଓ ଚଷମା ବିତରଣ କରାଯାଇଥିବା ବେଳେ ଅତି ଜରୁରୀ ଚକ୍ଷୁ ଅସ୍ତ୍ରୋପ୍ରଚାର ଆବଶ୍ୟକ ରୋଗୀଙ୍କୁ ବିହିତ ଉନ୍ନତ ସରକାରୀ ସ୍ଥାନରେ ସ୍ଥାନିତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହି ସମ୍ପୂର୍ଣ୍ଣ ଅଭିଯାନ କାର୍ଯ୍ୟକ୍ରମକୁ ବଲାଙ୍ଗିର ସହରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନେସନାଲ ପିସ ଊନୀସନ ଜରିଆରେ ପରିଚାଳନା କରାଯାଇଥିବା ବେଳେ, ଏହାକୁ ସ୍ଥାନୀୟ ଡା. ଉଷାରାଣୀ ଦାସ( ଚକ୍ଷୁ ବିଶେଷଜ୍ଞ)ଡା.ଆଶିଷ ବିଶ୍ୱାସ (ୟୁପିଏଚ୍‌ସି. ମେଡିକାଲ ଅଫିସର) ବି, ଏନ ସାମଲ(ଚକ୍ଷୁ ସହାୟକ), ଗୌରବ ପଧାନ (ୟୁପିଏଚ୍‌ସି ଫାର୍‌ମାସିଷ୍ଟ), ଶୁଶ୍ରୀ ନରୁମୟୀ, ଯତୀନ ରାଜପୁତ, ବିପିନ ସେଟ, ରାହୁଲ ପାଲ, ଅଞ୍ଜଳି ନାଗ ଇତ୍ୟାଦି ସହାୟତା କରିଥିଲେ । ସର୍ବ ଶେଷରେ ପିସ ଊନୀସନ ନିର୍ଦେଶକ ସତ୍ୟରଞ୍ଜନ ମିଶ୍ର, ଚେୟାରମ୍ୟାନ ରବି ରଞ୍ଜନ ପୂଜାରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌)ର ଉପଜିଲ୍ଲା ମେନେଜର ରାମାନୁଜ ପଣ୍ଡା ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିବା ହେତୁ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.