csstore

କମ୍‌ ବୃଷ୍ଟିପାତ ହେତୁ ଚାଷ ଜମିରେ ହୋଇଥିବା ନଷ୍ଟର ପ୍ରତିକାର ନିମନ୍ତେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚାଷର ଜିଲ୍ଲା ହେଉଛି ବରଗଡ ଜିଲ୍ଲା, ଜିଲ୍ଲାର ଅଧିକାଂଶ ଚାଷୀ ଚାଷ ଉପରେ ନିର୍ଭର କରିଥାନ୍ତି, ହେଲେ ଚଳିତ ବର୍ଷ କମ ବୃଷ୍ଟିପାତ ଯୋଗୁଁ ଜିଲ୍ଲାରେ ମରୁଡ଼ି ଦେଖା ଦେଇଛି, ଏନେଇ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ପଞ୍ଚାୟତରେ ମଧ୍ୟ ମରୁଡ଼ି ଦେଖା ଦେଇଛି । ମରୁଡ଼ି ଦେଖା ଦେଇଥିବା ଚାଷ ଜମିର ପ୍ରତିକାର କରାଯାଉ ବୋଲି ଏନେଇ ଆଜି ଗୋପବନ୍ଧୁ ସାହୁଙ୍କ ନେତୃତ୍ୱରେ ଗ୍ରାମ ପଞ୍ଚାୟତର ଚାଷୀମାନେ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ଚାଷୀ ସଂଗଠନର ସଭାପତି ଶଙ୍କର ସିଂ, ସମ୍ପାଦକ ଅମୋଡ କୁମାର ପଟେଲ, କୋଷାଧ୍ୟକ୍ଷ ବିରେଶ ସାହୁ, ଛନ୍ଦାଚରଣ ପଟେଲ, ଶଙ୍କର୍ଷଣ ପ୍ରଧାନ, ସୁରେଶ ସାହୁ, ଖୀରସାଗର ବିଶ୍ୱାଳ, ବାଲ୍ମୀକି ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.