jayashree

ବିଭିନ୍ନ ଗାଁରେ ମହାପ୍ରଭୁଙ୍କ ସୁନାବେଶ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର କଛାରପାଲି ସମେତ ବିଭିନ୍ନ ଗାଁରେ ଶ୍ରୀଜିଉଙ୍କୁ ଘର ବାହୁଡ଼ା ପରେ ଆଜି ସୁନାବେଶରେ ଦର୍ଶନ ଦେଇଛନ୍ତି ଶ୍ରୀ ଜଗନ୍ନାଥ । ଦେଓଗାଁ ସହ ମୁରସିଂହ, ଅର୍ଡ଼ା, ସାଲେପାଲି ସହ ବହୁ ଗାଁରେ ସୁନାବେଶରେ ସଜେଇ ହୋଇଥିଲେ ମହାପ୍ରଭୁ । ଶୁକ୍ରବାର ବିଳମ୍ବିତ ରାତ୍ରିରେ ତିନି ଦିଅଁ ମାଉସୀ ଘରୁ ବାହୁଡ଼ି ଆସିଥିଲେ ଶ୍ରୀ ମନ୍ଦିରକୁ । ସାଲେପାଲି ଗାଁ ଜଗନ୍ନାଥ ମନ୍ଦିରରେ ଶନିବାର ଦିନ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଥିଲେ ଶ୍ରଦ୍ଧାଳୁ । ପବିତ୍ର ରଥଯାତ୍ରା ଦିନରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ କୁର୍ମ, ବରାହ, ନରସିଂହ, ବାମନ, ପର୍ଶୁରାମ, ହଳଧର, କଳକୀ ଓ ଆଜି ଜଗନ୍ନାଥ ମନ୍ଦିରରେ ସୁନାବେଶରେ ଦର୍ଶନ ଦେଇଛନ୍ତି । ପ୍ରତିଦିନ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବେଶ ପ୍ରସ୍ତୁତି କରିବାରେ ମନ୍ଦିର ପୂଜକଙ୍କ ସହ ସେବାୟତମାନେ ପ୍ରମୁଖ ସହଯୋଗ କରିଥିଲେ । ମହାପ୍ରଭୁଙ୍କ ବିଭିନ୍ନ ବେଶ ଦର୍ଶନ ପାଇଁ ପ୍ରତିଦିନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହିଥିଲା ।

Leave A Reply

Your email address will not be published.