ଜଗଦଲପୁରରେ ବିକାଶ ବାହନର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରର ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହନ ଆଜି ଶୁକ୍ରବାର ଦିନ ପ୍ରଥମେ ଜଗଦଲପୁର ମଣ୍ଡଳର ଭୈଁସାଦର୍ହା ପଞ୍ଚାୟତରେ ପହଞ୍ଚି ଥିଲା । ପଞ୍ଚାୟତର ବୁଦ୍ଧିଜୀବି ସର୍ବ ସାଧାରଣ ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ସ୍ୱାଗତ ଜଣାଇଥିଲେ । କାର୍ଯ୍ୟକ୍ରମକୁ ଭୈଁସାଦର୍ହା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଚାଳନ କରିଥିବା ବେଳେ ଭୈଁସାଦର୍ହା ସରପଞ୍ଚ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ସାଂସଦ ପ୍ରତିନିଧି ଭାବେ ହରେକୃଷ୍ଣ ପଟେଲ ଯୋଗ ଦେଇ ସରକାରଙ୍କ ବିକାଶ ମୁଖୀ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ଅବଗତ କରିଥିଲେ ଓ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ସୂଚନା ପ୍ରଦାନ କରିଥିଲେ । ଝାରବନ୍ଧ ବ୍ଲକରୁ ପଞ୍ଚାୟତ ଗୋଷ୍ଠୀ ଅଧିକାରୀ, ରାଜସ୍ୱ ବିଭାଗ, ସମନ୍ୱିତ ଶିଶୁ ବିକାଶ ଓ ସୁଭଦ୍ରା ଯୋଜନା, ପ୍ରାଣୀ ସଂପଦ, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ବିଭାଗ, ଓ ସ୍ୱଚ୍ଛ ଭାରତ ମିଶନ ତରଫରୁ ସରକାରୀ ପ୍ରତିନିଧି ଉପସ୍ଥିତ ଥାଇ ବିକାଶ ବାହନର ତାତ୍ପର୍ଯ୍ୟ ବୁଝାଇ ଥିଲେ । କାର୍ଯ୍ୟକ୍ରମ ଅବସରରେ ହିତାଧିକାରୀଙ୍କୁ ଭତ୍ତା, ନୂତନ ରାସନ୍ କାର୍ଡ, ଅନ୍ତ୍ୟୋଦୟ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଆଜି ଏଇ ଶୁଭ ମୁହୁର୍ତ୍ତରେ ଜଙ୍ଗଲ ବିଭାଗ ଦ୍ୱାରା ଚାରା ରୋପଣ ମଧ୍ୟ କରାଯାଇଥିଲା ।

jittmm
Leave A Reply

Your email address will not be published.