pakka

ଜିଲ୍ଲା ଓରମାସ ପ୍ରାୟୋଜିତ ସୁବର୍ଣ୍ଣଶ୍ରୀ ମହିଳା ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ମେଂଗୋ ଆଇସକ୍ରିମର ଶୁଭାରମ୍ଭ

kalikesh

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟାରେ ସୋନପୁର ସହର ନିକଟସ୍ଥ ହିକୁଡି ସ୍ଥିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳିତ କାଫେ ଠାରେ ସୁବର୍ଣ୍ଣଶ୍ରୀ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ମେଂଗୋ ଆଇସକ୍ରିମର ଶୁଭାରମ୍ଭ କରାଯାଇଛି । ଜିଲ୍ଲପାଳ ସୁବର୍ଣ୍ଣପୁର, ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ କରକମଳରେ ସ୍ୱତନ୍ତ୍ର ଆଇସକ୍ରିମ କାଉଣ୍ଟରର ଶୁଭାରମ୍ଭ ଅବସରରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ପିଡିଡିଆରଡିଏ ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ସୋନପୁର ଡ଼.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ତଥା ଜିଲ୍ଳାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସ୍ୱତନ୍ତ୍ର ଆଇସକ୍ରିମ କିଣି ଖାଇବା ସହ ପରିବାର ପାଇଁ ମଧ୍ୟ ଆଣିଛନ୍ତି । ଏହି ଆଇସକ୍ରିମ ବର୍ତ୍ତମାନ ୪ ପ୍ରକାରରେ ମିଳୁଥିବା ବେଳେ କୁଲଫି ପ୍ରତି ମୂଲ୍ୟ ଟ.୨୦/-, ମେଂଗୋ କେଣ୍ଡି ପ୍ରତି ମୂଲ୍ୟ ଟ. ୨୦/-, କପ ପ୍ରତି ମୂଲ୍ୟ ଟ. ୩୦/- ଓ ଫ୍ୟାମିଲି ପ୍ୟାକ୍‌ର ମୂଲ୍ୟ ଟ. ୨୫୦/- ରେ ବଜାରରେ ଉପଲବ୍ଧ ରହିଛି । ଏହି ସ୍ୱତନ୍ତ୍ର ମେଂଗୋ ଆଇସକ୍ରିମ ଜିଲ୍ଲା ଓରମାସ ଓ ଜିଲ୍ଲା ମିଶନ ଶକ୍ତି ଦ୍ୱାରା ପ୍ରାୟୋଜିତ ହୋଇଥିବା ବେଳେ ସୁବର୍ଣ୍ଣଶ୍ରୀ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଜନସାଧାରଣ ଜିଲ୍ଲାର ପ୍ରସ୍ତୁତି ଏହି ଆଇସକ୍ରିମର ମଜା ନେବା ସହ ଉତ୍ପାଦକ ଗୋଷ୍ଠୀଙ୍କୁ ଉତ୍ସାହିତ କରିବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।

pp
Leave A Reply

Your email address will not be published.

20 − sixteen =